ସ୍ମୃତିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଓଡ଼ିଶା ଛାତ୍ର କଂଗ୍ରେସ
ଗଞ୍ଜାମ ଜିଲ୍ଲା ଗାନ୍ଧୀ ଇଞ୍ଜିିୟରିଙ୍ଗ୍ କଲେଜର ଛାତ୍ରୀ ସଦ୍ୟ ଆତ୍ମହତ୍ୟା କରିଥିବା ସ୍ବର୍ଗତା ସ୍ମୃତି ଭୋଳଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଦୋଷୀକୁ ଉଚିତ୍ ଦଣ୍ଡ ଦେବା ଦାବିରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ଆଦିତ୍ୟ ଅଂଶୁମାନ ପାତ୍ରଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ତରଫରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ୍ ଛକ ଯାଏଁ ଯାଇଥିଲା । ସେଠାରେ ସ୍ୱର୍ଗତା ସ୍ମୃତି ଭୋଳଙ୍କ ଫଟୋ ଆଗରେ ମହମବତୀ ଜଳାଇ ଛାତ୍ର କଂଗ୍ରେସ କର୍ମୀ ମାନେ ଶ୍ରଦ୍ଧାଞ୍ଜଳୀ ଦେବା ସହ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଫଟୋଚିତ୍ର ଦାହ କରିଥିଲେ।

ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଶ୍ରୀ ଆଦିତ୍ୟ ପାତ୍ର କହିଥିଲେ ଯେହେତୁ ଅଭିଯୁକ୍ତ ବିଶ୍ୱଜିତ୍ ଜେନା ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା, ତେଣୁ ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ଯୁବ ନେତା ଶ୍ରୀ ସୂର୍ଯ୍ୟକାନ୍ତ ଜେନା କହିଥିଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଓ ନାରୀ ନିର୍ଯାତନା କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଛି।ଏହି ଭଳି ସମୟରେ ରାଜ୍ୟ ଖଣି ମନ୍ତ୍ରୀଙ୍କ ପୁତୁରା ଛାତ୍ରୀ ଆତ୍ମହତ୍ୟାରେ ଅଭିଯୁକ୍ତ ହେବା ଲଜ୍ଜ୍ୟାର ବିଷୟ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ସାଧାରଣ ସମ୍ପାଦକ ଶୁଭମ୍ ରାଜ, ଆର୍ଯ୍ୟାନ୍ ମହାପାତ୍ର ,ଚଣ୍ଡୀ ପ୍ରସାଦ ମହାପାତ୍ର,ତାପସ ଦେ,ଭାଗବତ ଜେନା,ସାଇ ଅମନ୍ ପରିଜା,କୁମାର ଦେବଦତ୍ତ ଦାସ ଙ୍କ ସମେତ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
