ପ୍ରଜାପିତା ସେବା କେନ୍ଦ୍ରରେ ରକ୍ଷା ବନ୍ଧନ
ଭୁବନେଶ୍ବର :- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ପୋଖରୀପୁଟ ସ୍ଥିତ ଇନ୍ଦ୍ରପ୍ରସ୍ଥ ଆଶ୍ରମରେ ବ୍ରହ୍ମା କୁମାରୀ ଗୀତାଙ୍କ ଅଧ୍ୟକ୍ଷତାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ବି.କେ.ରୁବୀ ପରିଚାଳନା କରିଥିବା ବେଳେ ବି.କେ.ଅର୍ପିତା ପ୍ରାରମ୍ଭିକ ସୂଚନା ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ସାମଲ, ମାନଗୋବିନ୍ଦ ବାରିକ୍,ରମାନାଥ ଭାଇଙ୍କ ସମେତ ବହୁ ଭାଇ ଭଉଣୀ ଉପସ୍ଥିତ ହୋଇ ଭାଇ ଭଉଣୀଙ୍କ ସମ୍ପର୍କ ଓ ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ l ଭଉଣୀ ଗୀତା ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧି ଶୁଭ କାମନା କରିଥିଲେ l ଶେଷରେ ମୁନୁ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ l
ଇତି ପୂର୍ବରୁ ସ୍ଥାନୀୟ ମଧୁସୂଦନ ପାର୍କ ଜଗନ୍ନାଥ ଯୋଗ ମଣ୍ଡପ ପରିସରରେ ବ୍ରହ୍ମା କୁମାରୀ ଅର୍ପିତା ଉପସ୍ଥିତ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ ଭଉଣୀର ସମ୍ପର୍କ ସୁଦୃଢ ହେଲେ ଏକ ସୁସ୍ଥ ସାମାଜିକ ପରମ୍ପରା ସ୍ରୁଷ୍ଟି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ l
