ଆଇପିଏଲ ବେଟିଂ ରେ ବସ୍ କୁ ବାନ୍ଧିଲା ପୋଲିସ୍
ଆଇପିଏଲ ବେଟିଂ ରାକେଟରେ ସମ୍ପୃକ୍ତ ରହି ସାମ୍ରାଜ୍ୟ ଚଳାଉଥିବା ମୁଖ୍ୟ ମାଷ୍ଟର ମାଇଣ୍ଡ କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ପୁରୀ ଏସପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି। ଫିଲ୍ମ ଷ୍ଟାଇଲରେ ନିଜ ନାମକୁ ଗୋପନ ରଖି ବେଟିଂ ମାଧ୍ୟମରେ କୋଟି କୋଟି ଟଙ୍କା ହତେଇଥିଲା ଅଭିଯୁକ୍ତ। ଅଭିଯୁକ୍ତ କ୍ରିଷ୍ଣା ପ୍ରସାଦ ତ୍ରିପାଠୀ ଙ୍କୁ ଗିରଫ କରିଛି ପୋଲିସ। କ୍ରୀଷ୍ଣ ଓରଫ୍ ବସ୍ ର ବ୍ରହ୍ମପୁରରେ ଘର ଅଛି। ନମସ୍ତେ ନାମକ ଏକ ହୋଟେଲ ମଧ୍ୟ ଅଭିଯୁକ୍ତର ରହିଛି। ତାର ଘର ସର୍ଚ୍ଚ କରି ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ୍। ଆକ୍ସିସ ବ୍ୟାଙ୍କ ରେ ଥିବା ୮ ଲକ୍ଷ୍ୟ ଟଙ୍କା ଜବତ କରିଛି ପୋଲିସ। ଅନ୍ୟ ଡିଟେଲ୍ସ ଉପରେ ମଧ୍ୟ ପୋଲିସ ଛାନଭିନ କରୁଛି। ବ୍ୟାଙ୍କ୍ ଆକାଉଣ୍ଟ ସହ ତାର ସମ୍ପତ୍ତି, ଏଟିଏମ ଆଦି ସମସ୍ତ ଡିଟେଲ୍ସ ଯାଞ୍ଚ୍ କରୁଛି ପୋଲିସ୍। ତେବେ କ୍ରିଷ୍ଣା ନିଜ ପରିଚୟ ଗୋପନ ରଖି ଏହି କାରବାର କରି ଆସୁଥିଲା। ବସ୍ ନାମରେ ତାକୁ ସମସ୍ତେ ଜାଣିଥିଲେ। ସେ ହିଁ ସଫ୍ଟୱେର ଡେଭେଲପ କରି , ସ୍କାଇ ଏକ୍ସଚେଞ୍ଜ ନାମକ ବେଟିଂ ପ୍ଲାଟଫର୍ମ ମାଧ୍ୟମରେ ଲକ୍ଷ୍ୟ ଲକ୍ଷ ଟଙ୍କା ହାତଉଥିଲା। ତେବେ ଗତ ଏପ୍ରିଲ ୨୯ ତାରିଖରେ ଆଇ ପି ଏଲ ବେଟିଂ ପାଇଁ ୪ ଜଣଙ୍କୁ ଧରିଥିଲା ପୋଲିସ। ୨୩ ଲକ୍ଷ ୩୫ ହଜାର ଟଙ୍କାର ସମେତ ୩୧ ଲକ୍ଷ ୮୧ ହଜାର ୨୪୪ ଟଙ୍କା ଫ୍ରିଜ କରିଥିଲା ପୋଲିସ୍। ପୁରୀ ମଶାଣି ଚଣ୍ଡୀ ଠାରେ ଏକାଠି ହୋଇ ଚଳାଇଥିଲେ ବେଟିଂ। ସ୍କାଇ ଏକ୍ସଚେଞ୍ଜ ବେଟିଂ ପ୍ଲାଟଫର୍ମରେ ବେଟ୍ ଚାଲିଥିଲା ବେଳେ ପୋଲିସ୍ କୁ ଦେଖି ଦୌଡି ପଳାଇଥିଲେ ଏକାଧିକ ବ୍ୟକ୍ତି। ମାର୍କଣ୍ଡେଶ୍ୱର ସାହିର ପ୍ରସନ୍ନ ପୃଷ୍ଟି, ବଡ଼ଶଙ୍ଖ ଅଞ୍ଚଳର ବି ନାଗେଶ୍ୱର ରାଓ, ମଶାଣି ଚଣ୍ଡୀ ଛକର ବିଶ୍ୱଜିତ୍ ଲେଙ୍କା, ଚନ୍ଦନପୁର ବୀରପ୍ରତାପପୁରର ରମାକାନ୍ତ ସାହୁଙ୍କୁ ବାନ୍ଧିଛି ପୋଲିସ୍।ଘଟଣା ସ୍ଥଳରୁ ୩ ଲକ୍ଷ ୪ ହଜାର ଟଙ୍କା ସମେତ ୬ ମୋବାଇଲ ଜବତ କରିଛି ପୋଲିସ। ପ୍ରସନ୍ନ ପୃଷ୍ଠିଙ୍କ ଘରେ ଚଢାଉ ବେଳେ ୨୨ ଲକ୍ଷ ୩୧ ହଜାର ଟଙ୍କାର କ୍ୟାସ ମିଳିଥିଲା। ଦୁଇ ବର୍ଷ ଧରି ଚାଲିଥିଲା ଏହଭଳି ଅବୈଧ ବ୍ୟାପାର। କିନ୍ତୁ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା ଓରଫ ବସ୍ କୁ ଧରିବାରେ ପୋଲିସ ସଫଳ ହୋଇ ପାରିନଥିଲା। ଶେଷରେ ପୁରୀ ପୋଲିସ କୁ ସଫଳତା ମିଳିଛି। ଅଧିକ ଛାନଭିନ ଜାରି ରହିଛି ବୋଲି କହିଛନ୍ତି ଏସପି।
ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଗତ ଏପ୍ରିଲ ମାସରେ ସାଇବର ଥାନା ରେ ଏକ ମାମଲା ହୋଇଥିଲା। ଆମ ପାଖରେ ଖବର ଆସିଥିଲା କିଛି ବ୍ୟକ୍ତି ଆଇପିଏଲ୍ ରେ ମୋବାଇଲ ଆପ୍ ରେ ବେଟିଂ କରୁଛନ୍ତି। ଲୋକ ଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିଲା। କିଛି ଲୋକ ଙ୍କୁ ଗିରଫ କରାଯାଇଥିଲା। ତେବେ ତଦନ୍ତ ରୁ ଜଣାପଡିଥିଲା ଏହା ପଛରେ ଜଣେ କିଙ୍ଗପିନ ରହିଛି। ଯାହାକି ସମସ୍ତେ ଏକ କୋଡ ନାମରେ ଡାକୁଥିଲେ। ସେ ନିଜ ନାମ ଗୋପନ ରଖି ସବୁ କିଛି କାରବାର କରୁଥିଲା। କୋଟି କୋଟି ଟଙ୍କାର କାରବାର ହେଉଥିଲା। ତେବେ ତାକୁ ଧରିବାକୁ ଆମେ କିଛି ସାଇବର ଏକ୍ସପର୍ଟ ଙ୍କ ଯୋଗାଯୋଗ କରିଥିଲୁ। ପରେ ଜଣାପଡିଲା ସେ କୃଷ୍ଣ ପ୍ରସାଦ ତ୍ରୀପାଠୀ (୩୨)।ସେ ବ୍ରହ୍ମପୁର ର ବାସିନ୍ଦା। ତେବେ ଆମ ସାଇବର ଥାନା ଷ୍ଟାଫ୍ ଯାଇ ତାକୁ ଧରିଛନ୍ତି। ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା ନଗଦ ଅର୍ଥ ଜବତ କରାଯାଇଛି। ଏକ ବ୍ୟାଙ୍କ ଆକାଉଣ୍ଟ ରେ ୮ ଲକ୍ଷ ଟଙ୍କା ରହିଛି। ଏହି ଟଙ୍କା କୁ ନେଇ ତଦନ୍ତ କରାଯାଉଛି। ବ୍ରହ୍ମପୁର ରେ ଏକ ହୋଟେଲ ତାଙ୍କର ରହିଛି। ତାଙ୍କର ଥିବା ସବୁ ସମ୍ପତି ର ତଦନ୍ତ କରାଯାଉଛି। ତେବେ ଅନ୍ୟ କିଛି ଡକ୍ୟୁମେଣ୍ଟ ଜବତ କରାଯାଇଛି। ତାଙ୍କୁ ସାଇବର ଥାନା ପୁଲିସ ପକ୍ଷରୁ ଗିରଫ କରାଯାଇଛି।
