June 25, 2026
Home » ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର “ପାରମ୍ପରିକ ଲୋକକଳା: ସରମଙ୍ଗଲା”

ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର “ପାରମ୍ପରିକ ଲୋକକଳା: ସରମଙ୍ଗଲା”

0
WhatsApp Image 2026-06-25 at 3.01.38 PM

ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଏବଂ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର, ନୁଆଁଦିଲ୍ଲୀର ସହଯୋଗରେ ଗଂଗାଧର ମେହେର ଉଚ୍ଚ ବିଦ୍ୟାଳୟ, ସାଗରପାଲି ଠାରେ ଗୁରୁ ଶିଷ୍ୟ ପରମ୍ପରା ରିପେର୍ଟୋରୀ ଅନୁଦାନ ଅଧିନରେ ଏକ ସାରସ୍ୱତ ସାଂସ୍କୃତିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ““ପାରମ୍ପରିକ ଲୋକକଳା: ସରମଙ୍ଗଲା” ଶୀର୍ଷକରେ ଗଂଗାଧର ମେହେର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରସନ୍ନ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସୋପାନରେ କବି ତଥା ଲେଖକ ବରିଷ୍ଠ ଶିକ୍ଷକ ବନବାସ ମେହେର ମୁଖ୍ୟ ଆଲୋଚକ ଭାବରେ ଯୋଗଦାନ କରି ସରମଙ୍ଗଲା ଲୋକକଳା ଜୀବନ ଭିତରେ କଳାର ରସସିକ୍ତ ତରଙ୍ଗ ମନ ଓ ହୃଦୟରେ ଉଦ୍‌ବେଳନ ସୃଷ୍ଟିକରେ; ଜୀବନ ଧାରାକୁ ସହଜ, ସୁନ୍ଦର ମଧୁମୟ କରିବାରେ କଳା ହୁଏ ପ୍ରେରଣାର ଉତ୍ସ ।

ଜୀବନ ଓ ଜୀବିକା କ୍ଷେତ୍ରରେ କଳାର ମହତ୍ତତଥା ବଳିଷ୍ଟ ଯୋଗଦାନ ଅନସ୍ୱୀକାର୍ଯ୍ୟ ବୋଲି ନିଜର ବକ୍ତବ୍ୟରେ କହିଥିଲେ । ପ୍ରଥମେ ନୃତ୍ୟ ନିର୍ଦ୍ଦେଶକ ତଥା ଲୋକକଳା ଗବେଷକ ଗୁରୁ ଚୌଧୁରୀ ବିଭାର “ପାରମ୍ପରିକ ଲୋକକଳା: ସରମଙ୍ଗଲା” ଶୀର୍ଷକ ଏକ ସୁନ୍ଦର ପ୍ରବନ୍ଧ ଉପସ୍ଥାପନା କରିଥିଲେ । ଲୋକ କଳାକାର ମାନଙ୍କର କଳା ଜୀବନକୁ ସୁଶୃଙ୍ଖଳିତ ତଥା ରସମୟ କରେ । କଳା ବ୍ୟତିରକେ ଜୀବନ ନିରଳସ । କଳା ତ ମନୋରଂଜନ ପ୍ରଦାନ କ୍ଷେତ୍ରରେ ଏକ ମାଧ୍ୟମ ଏବଂ ସୌନ୍ଦର୍ଯ୍ୟ କରିଥାଏ ବୋଲି ପ୍ରସନ୍ନ ମେହେର ତାଙ୍କ ସଭାପତିତ୍ୱ ବକ୍ତବ୍ୟରେ କହିଥିଲେ । ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ପଏଁରୀ ଅନୁଷ୍ଠାନର ଏହି ସୁନ୍ଦର କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରସଂଶା କରିଥିଲେ । ଶେଷରେ ଶିକ୍ଷାନୁଷ୍ଠାନର କ୍ରୀଡା ଶିକ୍ଷକ ଉମେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ଜଣ ଛାତ୍ର ଲକି ମେହେର ଓ ହରିପାଲ ବାବୁ ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *