June 25, 2026
Home » ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ରେ ଜିଲ୍ଲା ପ୍ରଶାସନ ଦ୍ଵାରା ନିଶା ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ରେ ଜିଲ୍ଲା ପ୍ରଶାସନ ଦ୍ଵାରା ନିଶା ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-06-25 at 3.18.32 PM

ସୁବର୍ଣ୍ଣପୁର:ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ର ଧୋବାମୁଣ୍ଡା ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସୁବର୍ଣ୍ଣପୁର ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ଅଧ୍ୟକ୍ଷତା କରି ନିଶା ମୁକ୍ତ ଭାରତ ଗଠନ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ସହ ପ୍ରତିଭାଗୀ ମାନଙ୍କୁ ଏହି ସମ୍ପର୍କରେ ସମ୍ପର୍କୀୟ ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ରେ ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ର ଭାଇ ବିକେ ଅରୁଣ ଓ ସଦାଶିବ, ଭଉଣୀ ବିକେ ଜୟଶ୍ରୀ ଓ ବିକେ ଶିବାନୀ ମାନେ ଯୋଗ ଦେଇ ନିଶା ସେବନ ର ନକାରାତ୍ମକ ଦିଗ ଓ ଏହାର ପାରିବାରିକ ତଥା ସାମାଜିକ ପ୍ରଭାବ ସମ୍ପର୍କରେ ପୋସ୍ଟର ପ୍ରଦର୍ଶନ ମାଧ୍ୟମରେ ଉପସ୍ଥାପନ କରିଥିଲେ ।

ଏହା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ମନ ଓ ସୁସ୍ଥ ପରିବେଶ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ରେଆର ର ସାଧାରଣ ସମ୍ପାଦକ ଅନଙ୍ଗ ନେଗି ଜୀବନରେ ସୁସ୍ଥ ଶରୀର ର ଆବଶ୍ୟକତା ପାଇଁ ନିଶା ମୁକ୍ତ ଜୀବନ ଅପରିହାର୍ଯ୍ୟ ବୋଲି ଆଲୋଚନା କରିଥିଲେ । ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଦ୍ଵାରା ନିଶାମୁକ୍ତ ସମାଜ ଗଠନ ଦିଗରେ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମ ରେ ବିଶ୍ବଭାରତୀ ଚିନ୍ତନ ଶିକ୍ଷା ନିକେତନ, ଯଶୋଦା ଦେବୀ ନର୍ସିଂ ସେଣ୍ଟର, ହେଲ୍ପ ଟୁ ଅଦର, ସିୟା ସଂଗଠନ, ବୁଢାରଜା ଯୁବ ଅନୁଷ୍ଠାନ, ଗୋଷ୍ଠୀ ମାନସିକ କାର୍ଯ୍ୟକ୍ରମ ର ସ୍ଵେଚ୍ଛାସେବୀ, କର୍ମକର୍ତ୍ତା ଓ ରେଆର ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରେ ସମସ୍ତେ ରେଆର ର ଫିଜିଓଥେରାପି କୁ ପରିଦର୍ଶନ କରି ଦିଆଯାଉଥିବା ସେବା ସମ୍ପର୍କରେ ଅବଗତ ହୋଇଥିଲେ । କାର୍ଯ୍ୟକ୍ରମରେ ରେଆର ର କର୍ମକର୍ତ୍ତା ମାନେ ସହଯୋଗ କରିଥିବାବେଳେ ସୁଦାମ ଗାଇଗରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *