June 27, 2026
Home »  କଣ୍ଟାପଡ଼ା ଶବ ବୋହିବା ଘଟଣା: ପୀଡ଼ିତ ପରିବାରକୁ ଆର୍ଥିକ ଓ ଖାଦ୍ୟ ସହାୟତା ଯୋଗାଇଲା ପ୍ରଶାସନ

 କଣ୍ଟାପଡ଼ା ଶବ ବୋହିବା ଘଟଣା: ପୀଡ଼ିତ ପରିବାରକୁ ଆର୍ଥିକ ଓ ଖାଦ୍ୟ ସହାୟତା ଯୋଗାଇଲା ପ୍ରଶାସନ

0
WhatsApp Image 2026-06-26 at 2.07.04 PM

 

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର ହାତ ବଢ଼ାଯାଇଛି। ସୂଚନାଯୋଗ୍ୟ ଯେ, ସମ୍ପ୍ରଦାୟ ବାହାରେ ପୁଅ ବିବାହ କରିଥିବା ଦର୍ଶାଇ ଗ୍ରାମବାସୀ ଜଣେ ବୃଦ୍ଧଙ୍କ ଶେଷକୃତ୍ୟରେ ସହଯୋଗ କରିବାକୁ ମନା କରିଦେଇଥିଲେ, ଯାହା ଫଳରେ ପରିବାର ଲୋକଙ୍କୁ ବୃଦ୍ଧଙ୍କ ଶବକୁ ସାଇକେଲରେ ବୋହିବାକୁ ପଡ଼ିଥିଲା। ଏହି ସମ୍ବେଦନଶୀଳ ଖବର ସାମ୍ନାକୁ ଆସିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡ଼ିତ ପରିବାରକୁ ତୁରନ୍ତ ରେଡକ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପାଇକମାଳ ତହସିଲଦାର ସିନ୍ଧୁସୁତା ପାତ୍ର କଣ୍ଟାପଡ଼ା ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଏହି ସହାୟତା ରାଶିର ଚେକ୍ ହସ୍ତାନ୍ତର କରିଛନ୍ତି।

ଏହା ସହିତ ପାଇକମାଳ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ପରିବାରକୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇଛି। ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୩,୦୦୦ ଟଙ୍କା ଏବଂ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଜରୁରୀକାଳୀନ ଖାଦ୍ୟ ସହାୟତା ସ୍ୱରୂପ ୫୦ କିଲୋଗ୍ରାମ ଚାଉଳ ମଧ୍ୟ ପରିବାରର ସମ୍ପର୍କୀୟଙ୍କୁ ଭେଟି ପ୍ରଦାନ କରାଯାଇଛି।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *