ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ଶ୍ରୀ ଜୀଉଙ୍କ ର ସ୍ନାନ ନୀତି ହୋଇଥିଲା।

ଧର୍ମଗଡ଼ ନଗରପାଲ ଅଶୋକ କୁମାର ମହାନ୍ତି ଓ ତାଙ୍କର ଧର୍ମପତ୍ନୀ ସୁନିତା ମହାନ୍ତି ପଣ୍ଡା କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ସଂପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ,ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ସୁରେନ୍ଦ୍ର ମୁନି, ସୁରେଶ ଚନ୍ଦ୍ର ମୁଣ୍ଡ (ଗାୟତ୍ରୀ), ସନ୍ତୋଷ କୁମାର ମେହେର,ଧରଣୀ ଧର ଧଙ୍ଗଡା ମାଝୀ, ସହ ସମ୍ପାଦକ ହୃଷିକେଶ ମିଶ୍ର,କୋଷାଧ୍ୟକ୍ଷ ସରୋଜ କୁମାର ସାହୁ,ଲକ୍ଷ୍ମୀକାନ୍ତ ଖମାରୀ ତଥା ବହୁ ଭକ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ସମସ୍ତ ନିତୀକାନ୍ତି ଶେଷ ହେବା ପରେ ଶ୍ରୀ ଜିଉ ଙ୍କୁ ଅଣସର ଗୃହକୁ ନିଆ ଯାଇଛି।

ଆସନ୍ତା ଜୁଲାଇ ୧୪ତାରିଖ ଦିନ ଶ୍ରୀ ଜିଉଙ୍କ ର ନେତ୍ରୋତ୍ସବ,ନବ ଯୌବନ ବେଶ,୧୬ ତାରିଖ ଶ୍ରୀଗୁଣ୍ଡିଚା ଯାତ୍ରା,୨୦ ତାରିଖ ଦିନ ହେରା ପଞ୍ଚମୀ ଓ ୨୪ ତାରିଖ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
