July 1, 2026
Home » ସୋନପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟ ରେ ନିଆଁ ଲାଗି ଧୂଆଁ

ସୋନପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟ ରେ ନିଆଁ ଲାଗି ଧୂଆଁ

0
WhatsApp Image 2026-07-01 at 4.28.49 PM

ସୁବର୍ଣ୍ଣପୁର — ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତର ଧୂଆଁରେ ଅସ୍ତବ୍ୟସ୍ତ କୋର୍ଟ ପରିସର ଓ ଆଖପାଖ ଅଞ୍ଚଳ। ଗତକାଲି ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ କାର୍ଯ୍ୟାଳୟ ର କାଗଜ ପତ୍ରକୁ କୌଣସି ପିଅନ ନିଆଁ ଲଗେଇ ଦେଇଥିବାରୁ ପାଖରେ ଥିବା ସୁବର୍ଣ୍ଣପୁର ଜିଲ୍ଲା ଦେୱାନି ଅଦାଲଦ ତଥା ରେଭେନ୍ୟୁ କଲୋନୀ, ଘୋଡ଼ାଘାଟ ପଡା ଆଦି ଅଞ୍ଚଳରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ରାଧିକ ଧୂଆଁ ଫଳରେ ଲୋକଙ୍କୁ ବ୍ୟାପକ ଅସୁବିଧା ହୋଇଥିବା ଜଣାପଡେ। ତେବେ କିଛି କୋର୍ଟକୁ ଆସିଥିବା ବ୍ୟକ୍ତି ବିଶେଷ ଅଣନିଶ୍ୱାସୀ ଓ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। କିଏ ସେହି କାର୍ଯ୍ୟାଳୟ ର କର୍ମଚାରୀ ଏଭଳିଆ କୁକର୍ମ କରିଛନ୍ତି ଅନୁସନ୍ଧାନ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପ ଜିଲ୍ଲାପାଳଙ୍କ ନିକଟ ରେ ଦାବି ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *