July 3, 2026
Home » ଭୁଆସୁଣୀ ଗଡ଼ା ନିକଟରେ ରାସ୍ତା ଧସିବା ଘଟଣାର ତଥ୍ୟଭିତ୍ତିକ ରିପୋର୍ଟ ତଲବ କଲେ ଜିଲ୍ଲାପାଳ

ଭୁଆସୁଣୀ ଗଡ଼ା ନିକଟରେ ରାସ୍ତା ଧସିବା ଘଟଣାର ତଥ୍ୟଭିତ୍ତିକ ରିପୋର୍ଟ ତଲବ କଲେ ଜିଲ୍ଲାପାଳ

0
Vineet-Bhardwaj

 

କଟକ : ସମ୍ପ୍ରତି ନିର୍ମାଣ/ମରାମତି ହୋଇଥିବା (ଚହଟାଠାରୁ ମଧୁସୂଦନ ସେତୁକୁ ସଂଯୋଗ କରୁଥିବା ୬ ଲେନ୍ ବିଶିଷ୍ଟ ରାସ୍ତା )ଲଗାଣ ବର୍ଷା ଯୋଗୁଁ ଭୁଆସୁଣୀ ଗଡ଼ା ନିକଟରେ ଧସିଯିବା ଘଟଣାକୁ ଗୁରୁତ୍ୱର ସହ ନେଇ କଟକ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆର୍ ଆଣ୍ଡ ବି ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତତ୍କାଳ ସ୍ଥଳ ପରିଦର୍ଶନ କରି ବିସ୍ତୃତ ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାପାଳ ତାଙ୍କ ପତ୍ରରେ ରାସ୍ତା ନିର୍ମାଣ/ମରାମତି କାର୍ଯ୍ୟ କେବେ ଓ କେଉଁ ପ୍ରକାରର ହୋଇଥିଲା, କେଉଁ ସଂସ୍ଥା ବା ଠିକାଦାର ଏହାକୁ କାର୍ଯ୍ୟକାରୀ କରିଥିଲେ, କାର୍ଯ୍ୟ ସମାପ୍ତି ପରେ ଅଳ୍ପ ସମୟ ମଧ୍ୟରେ ରାସ୍ତା ଧସିବାର ବୈଷୟିକ କାରଣ, ନିମ୍ନମାନର ସାମଗ୍ରୀ, ଡ୍ରେନେଜ୍ ସମସ୍ୟା, ପ୍ରବଳ ବର୍ଷା କିମ୍ବା ଅନ୍ୟ କୌଣସି ତ୍ରୁଟି ଯୋଗୁଁ ଏଭଳି ଘଟିଛି , ଅନୁମୋଦିତ ମାନକ ଅନୁଯାୟୀ କାର୍ଯ୍ୟ ସମ୍ପାଦନ ହୋଇଥିଲା କି ନାହିଁ ଏବଂ ଏଥିପାଇଁ ଦାୟିତ୍ୱ ନିର୍ଦ୍ଧାରଣ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କହିଛନ୍ତି।ଏହା ସହିତ ପ୍ରଭାବିତ ସ୍ଥାନରେ ବ୍ୟାରିକେଡିଂ, ଯାତାୟାତ ସୁରକ୍ଷା, ଅସ୍ଥାୟୀ ମରାମତି ଓ ସ୍ଥାୟୀ ପୁନଃରୁଦ୍ଧାର ପାଇଁ ପ୍ରସ୍ତାବିତ ପଦକ୍ଷେପ ଏବଂ ସମୟସୀମା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି।ଜନସାଧାରଣ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ସହ ଜଡିତ ଏହି ଘଟଣାକୁ ଦୃଷ୍ଟିରେ ରଖି ତଥ୍ୟଭିତ୍ତିକ ରିପୋର୍ଟ ସହ ଆକ୍ସନ୍ ଟେକେନ୍ ରିପୋର୍ଟ (ATR) ଅଗ୍ରାଧିକାର ଭିତ୍ତିରେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି।

 

lalita das nka report

Leave a Reply

Your email address will not be published. Required fields are marked *