ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍.ଏସ୍.ଏମ୍.ଇ. କାର୍ଯ୍ୟକ୍ରମ-୨୦୨୬ ଉଦଯାପନୀ
ବରଗଡ଼: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବିଭାଗ ଦ୍ଵାରା ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍.ଏସ.ଏମ୍.ଇ. କ୍ରର୍ଯ୍ୟକ୍ରମ-୨୦୨୬ର ଉଦଯାପନୀ ଦିବସ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ (ଗୋରୁ ମାର୍କେଟ) ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ ବରଗଡ଼ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀଙ୍କ ସମେତ ଏଲ.ଡି.ଏମ୍. ଶ୍ରୀ ବିଦ୍ୟା ନନ୍ଦ ତୀର୍କି, ସରକାରୀ ଆଇ.ଟି.ଆଇ. ବରଗଡର ଅଧ୍ୟକ୍ଷ ଶ୍ରୀ ରଣ୍ ଜିତ କୁମାର ମହାରଣା, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳିକା କୁମାରୀ ସୁଷମା କରାଳି, ଶ୍ରୀ ଞାନେନ୍ଦ୍ର କୁମାର ବେହେରା ତଥା ମୁଖ୍ୟ ଅତିଥିମାନେ ମଞ୍ଚାସିନ ଥିଲେ ।


ତାଙ୍କର ବକ୍ତବ୍ୟ ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବିଭାଗ ଦ୍ଵାରା ଆୟୋଜିତ ଉଦ୍ୟମୀ ଓଡ଼ିଶା ଏମ୍.ଏସ୍.ଏମ୍.ଇ. କାର୍ଯ୍ୟକ୍ରମର ଉଦଯାପନୀ ଦିବସରରେ ଉଦ୍ୟୋଗୀ ପ୍ରତିଷ୍ଠା ପାଇଁ ବିଭିନ୍ନ ସରକାରୀ ସହାୟତା, ସୁଯୋଗ, ପିଏମ୍ଇଜପି ଋଣ, ପିଏମ୍ ଏଫ୍ଏମ୍ଇ ଋଣ ଆଦି ବିଷୟ ଉପରେ ଆଲୋକପାତ କରିଥିଲେ । ସେହି ପରି ଅନ୍ୟ ଅତିଥି ମାନେ ମଧ୍ୟ ଏମ୍.ଏସ୍.ଏମ୍.ଇ ର ଉପରେ ଆଲୋକ ପାତ କରିଥିଲେ ।ପରିଶେଷରେ ଅତିଥିମାନେ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ । ବିଭିନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା । ସେହି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ ମୁଖ୍ୟ ଅତିଥିଙ୍କ ଦ୍ୱାରା କର ଯାଇଥିଲା । ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ପ୍ରଭାସ ରଞନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସହଯୋଗ କରିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳିକା କୁମାରୀ ସୁଷମା କରାଳି ଧନ୍ୟଵାଦ ଦେଇଥିଲେ ଓ ସମାବେଶ ଘୋଷଣା କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
