ଫଟୋ ଗ୍ରାଫର ରାଜେଶ ପାଣିଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମ୍ପଦ ସାହୁ ଗିରଫ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଗାଁର ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର ରାଜେଶ ପାଣି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କୁଖ୍ୟାତ ଅପରାଧୀ ସମ୍ପଦ ସାହୁକୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଅପରାଧୀ ସମ୍ପଦର ଘର ଜଗତସିଂହପୁର ଜିଲ୍ଲା କ୍ରିଷ୍ଣନନ୍ଦପୁର ଗାଁର ହୋଇଥିବା ସୂଚନା । ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ରାଜେନ୍ଦ୍ର କୁମାର ମଲ୍ଲିକକୁ ଗିରଫ କରିଛି ପୋଲିସ । ସମ୍ପଦ ସାହୁ ଯୋଜନା ବଦ୍ଧ ଭାବେ ଗତ ବର୍ଷ ନଭେମ୍ବର ମାସ ୧୩ ତାରିଖ ଦିନ ରାଜେଶକୁ ଡାକି ନେଇ କୋଲଡ୍ରିଙ୍କସରେ ନିଶା ଟାବଲେଟ ମିଶାଇ ପିଇବାକୁ ଦେଇଥିଲେ ।

ଏବଂ ରାଜେଶଙ୍କ କ୍ୟାମେରା ସହ ସୁନା ଚେନ, ମୁଦିକୁ ଲୁଟି ନେବା ସହ ତାଙ୍କୁ ମାରି ମୁକ୍ତାପଶି ଗାଁ ସତସଙ୍ଗ ପୋଖରୀରେ ଫୋପାଡ଼ି ଦେଇଥିଲେ । ଯାହାକୁ ନେଇ ଅଭିଯୋଗ ପରେ ତନାଘନା ଆରମ୍ଭ କରି ଦେଇଥିଲା କାମାକ୍ଷାନଗର ପୋଲିସ । ଯଦିଓ ରାଜେଶ ହତ୍ୟାକାଣ୍ଡକୁ ସସ୍ପେନସ ଲାଗି ରହିଥିଲା ତେବେ ତାଙ୍କୁ ଲୁଟ କରାଯାଇ ହତ୍ୟା କରାଯାଇଥିବା ଢେଙ୍କାନାଳ ଏସପି ଅଭିନବ ସୋନକର ସ୍ପଷ୍ଟ କରିଛନ୍ତି । ସେପଟେ କୁଖ୍ୟାତ ଅପରାଧୀ ସମ୍ପଦ ସାହୁଙ୍କ ନାଁରେ ମାଳମାଳ ଅପରାଧିକ ରେକର୍ଡ କଟକର ମର୍କତନଗର, ବିଡାନାସି, ଲାଲବାଗ, କିଷାନନଗର, ମଙ୍ଗଳବାଗ ଏବଂ ଭୁବନେଶ୍ୱର ଓ ଯାଜପୁରରେ ରହିଥିବା ଜଣାପଡିଛି ।
kamkhyanagar ru rajkishor rout nka report
