July 7, 2026
Home » ପରିବେଶ ସଂରକ୍ଷଣ ପାଇଁ ଆଇଆଇଟି ଭୁବନେଶ୍ୱରକୁ “ପ୍ରକୃତିମିତ୍ର ପୁରସ୍କାର୨୦୨୫-୨୬’

ପରିବେଶ ସଂରକ୍ଷଣ ପାଇଁ ଆଇଆଇଟି ଭୁବନେଶ୍ୱରକୁ “ପ୍ରକୃତିମିତ୍ର ପୁରସ୍କାର୨୦୨୫-୨୬’

0
WhatsApp Image 2026-07-07 at 4.13.59 PM

ପରିବେଶ ସଂରକ୍ଷଣ ବନୀକରଣ ଏବଂ ସ୍ଥାୟୀ କ୍ୟାମ୍ପସ ବିକାଶ ଦିଗରେ ଅନୁକରଣୀୟ ଅବଦାନ ପାଇଁ ଖୋର୍ଦ୍ଧାବନ ବିଭାଗ ଦ୍ୱାରା ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ( ଆଇଆଇଟି)ଭୁବନେଶ୍ୱରକୁ ମର୍ଯ୍ୟାଦା ଜନକ ପ୍ରକୃତିମିତ୍ର ପୁରସ୍କାର ୨୦୨୫-୨୬ ପ୍ରଦାନ କରାଯାଇଛି। ବନ ମହୋତ୍ସବ ୨୦୨୬ ପାଳନର ଅଂଶ ଭାବରେ ଏହି ପ୍ରତିଷ୍ଠାନକୁ ଜଟଣୀ ବ୍ଲକ ବର୍ଗରେ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ପ୍ରତିଷ୍ଠାନ ପକ୍ଷରୁ ଆଇଆଇଟି ଭୁବନେଶ୍ୱର ରେଜିଷ୍ଟାର ଶ୍ରୀ ବାମଦେବ ଆଚାର୍ଯ୍ୟ, ଖୋର୍ଦ୍ଧାର ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଠାରୁ ଖୋର୍ଦ୍ଧା ବିଭାଗୀୟ ବନଅଧିକାରୀ (ଡିଏଫ୍‌ଓ) ଶ୍ରୀ ମନୋଜ ମହାପାତ୍ରଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ କେ ରବିନ୍ କୁମାର ଦୋରା ସୁପରିଟେଣ୍ଡେଣ୍ଟ ଇଂ ଆଇଆଇଟି ଭୁବନେଶ୍ୱର ଏବଂ ଉଦ୍ୟାନ କୃଷି ଆଇଆଇଟି ଭୁବନେଶ୍ୱର ଶ୍ରୀ କାମିରେଡି ବିଶ୍ୱସ୍ୱେରାରେଡି ଉପସ୍ଥିତ ଥିଲେ। ବରୁଣେଇ ପାହାଡର ପାଦଦେଶରେ ପ୍ରାୟ ୯୩୬ ଏକର ଜମିରେ ବିସ୍ତାରିତ ଏହି ପ୍ରତିଷ୍ଠାନ ୫୦ ହଜାରରୁ ଅଧିକ ବୃକ୍ଷରୋପଣ କରିବା ସହ ସେଗୁଡିକର ସଂରକ୍ଷଣ କରାଯାଉଛି।

Leave a Reply

Your email address will not be published. Required fields are marked *