ସନ୍ଦେହଜନକ ପରିସ୍ଥିତିରେ ନାବାଳକଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର, ନିରପେକ୍ଷ ତଦନ୍ତ ଦାବି
ଭବାନୀପାଟଣା :କଳାହାଣ୍ଡି ଜିଲ୍ଲାର ସୋସପଦର ଅଞ୍ଚଳରେ କିଛିଦିନ ତଳେ ଘଟିଥିବା ଜଣେ ୧୭ ବର୍ଷୀୟ ନାବାଳକ ଦିନେଶ ଛତ୍ରିଆଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରୁଥିବାବେଳେ ପୋଲିସ ଓ ଡାକ୍ତରଙ୍କ ପକ୍ଷରୁ ପ୍ରାଥମିକ ଭାବେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା କୁହାଯାଇଥିବା ସୂଚନା ମିଳିଛି। ଏହାକୁ ନେଇ ସତ୍ୟାସତ୍ୟ ଜାଣିବା ପାଇଁ ନିରପେକ୍ଷ ତଦନ୍ତ ଦାବି ହୋଇଛି।ପରିବାରର ଅଭିଯୋଗ ଅନୁଯାୟୀ, ମୃତଦେହ ମିଳିବା ବେଳେ ଦିନେଶଙ୍କ ମୁଣ୍ଡରେ ଆଘାତର ଚିହ୍ନ ଥିଲା। ଏଥିସହ ତାଙ୍କ ଚପଲ ଘଟଣାସ୍ଥଳଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ମିଳିଥିବା କୁହାଯାଉଛି। ସେ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବା ସ୍ଥିତିରେ ପାଣିକୁ କିପରି ଯାଇଥିଲେ, ସେନେଇ ମଧ୍ୟ ପରିବାର ସନ୍ଦେହ ପ୍ରକାଶ କରିଛନ୍ତି।ପରିବାର ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ପ୍ରଥମ ଦିନ ଖୋଜାଖୋଜି ସତ୍ତ୍ୱେ ମୃତଦେହ ମିଳିନଥିଲା। ପରଦିନ ମୃତଦେହ ଉଦ୍ଧାର ହେବାରୁ ସେମାନଙ୍କ ସନ୍ଦେହ ଆହୁରି ବଢ଼ିଛି ଏବଂ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ସେମାନେ ଦାବି କରୁଛନ୍ତି।ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଭାରତୀୟ ମାନବାଧିକାର ପରିଷଦ ରାଜ୍ୟ ସଭାପତି ଶ୍ରୀ ମହମ୍ମଦ ମୁସ୍ତଫା ଙ୍କୁ ମଧ୍ୟ ଅଭିଯୋଗ ଦାଖଲ କରାଯାଇଥିବା ସୂଚନା ମିଳିଛି। ଏନେଇ ଭାରତୀୟ ମାନବାଧିକାର ପରିଷଦ ଅଦକ୍ଷ ଡ. ପୂର୍ଣ୍ଣ ଚନ୍ଦ୍ର ସାହୁ DGP ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଜିଲ୍ଲା ଏସ୍ପିଙ୍କୁ ମହମ୍ମଦ ମୁସ୍ତଫା ପଚାରିବାରୁ ସେ ଘଟଣାର ତଦନ୍ତ କରାଯିବ ବୋଲି କହିଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ, ଘଟଣାର ନିରପେକ୍ଷ ଓ ସଠିକ୍ ତଦନ୍ତ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଭାରତୀୟ ମାନବାଧିକାର ପରିଷଦ ଚେତାବନି ଦେଇଥିବା ସୂଚନା ମିଳିଛି। ଘଟଣାର ପ୍ରକୃତ କାରଣ କଣ, ତାହା ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ।ଘଟଣାର ପ୍ରକୃତ କାରଣ କଣ, ତାହା ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ।ଏ ସନ୍ଦେହ ଜନକ ମୃତ୍ୟୁ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅବଗତ କରାଯାଇଅଛି। ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଭାରତୀୟ ମାନବାଧିକାର ପରିଷଦ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ ପୂର୍ଣ୍ଣ ଚନ୍ଦ୍ର ସାହୁ ଭାରତୀୟ ମାନବାଧିକାର ପରିଷଦଙ୍କୁ ଜଣାଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
