July 9, 2026
Home » ୧୦ରୁ ଇନ୍ଦ୍ରାବତୀ ଖରିଫ ଜଳସେଚନ,

୧୦ରୁ ଇନ୍ଦ୍ରାବତୀ ଖରିଫ ଜଳସେଚନ,

0
WhatsApp Image 2026-07-09 at 10.30.36 AM

 

ଜଳସ୍ତର କମ୍ ଥିବାରୁ ସ୍ଵାଭାବିକ ବର୍ଷା ନହେଲେ ଜଳ ସେଚନ ପାଇଁ ଅନ୍ତରାୟ ସୃଷ୍ଟି ହେବାର ଆଶଙ୍କା…

କଳାହାଣ୍ଡି :ଚଳିତ ମାସ ୧୦ ତାରିଖରୁ ଇନ୍ଦ୍ରାବତୀ ଜଳ ଭଣ୍ଡାର ରୁ ଖରିଫ ଜଳ ସେଚନ ଆରମ୍ଭ ହେବ। ଚଳିତ ବର୍ଷ ମୋଟ ୫୦୧ଟି ଗ୍ରାମର ୧ଲକ୍ଷ ୧୮ ହଜାର ୯୦ ହେକ୍ଟର ଜମିକୁ ଜଳ ସେଚନର ଲକ୍ଷ୍ୟ ରଖାଯାଇଥିବା ଜଣାଯାଇଛି। ଚଳିତ ଖରିଫ ର ଆରମ୍ଭ ବେଳକୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳ ସଂରକ୍ଷଣ ଗତ ବର୍ଷ ତୁଳନାରେ ହାରାହାରି ୩.୫ମିଟର କମ୍ ରହିଛି। ରବି ଜଳସେଚନ ପରେ ଅଧିକ ବିଦ୍ୟୁତ ଉତ୍ପାଦନ
ହେତୁ ଗଚ୍ଛିତ ଜଳ ଯାହାକି ନିଅଣ୍ଟିଆ ସମୟରେ ଖରିଫ ଜଳ ସେଚନ ପାଇଁ ବିନିଯାଗ ହୋଇଥାଆନ୍ତା ତାହା ବର୍ତ୍ତମାନ ତିନି ମିଟର ତଳକୁ ଖସିଯାଇଛି। ଇନ୍ଦ୍ରାବତୀ ଜଳସ୍ତର ଆଜି ସୁଦ୍ଧା ୬୨୯.୩୯୦ମିଟରରେ ରହିଥ‌ିବାରୁ ଚାଷୀ ସମୂହ ଉଦ୍‌ବେଗ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଚଳିତ ଖରିଫରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ପରିସର ମଧ୍ୟରେ ଆସୁଥିବା ୨୪୦ ଗ୍ରାମର ୫୭,୭୪୮.୩୮ହେକ୍ଟର, ଦକ୍ଷିଣ ମୁଖ୍ୟ କେନାଲ ମଧ୍ୟରେ ଆସୁଥ‌ିବା ୧୭୩ଖଣ୍ଡ ଗ୍ରାମର ୩୪,୦୭୦.୫୬ହେକ୍ଟର ଓ ମେଗା ଲିଫ୍‌ଟ ପରିସରରେ ଆସୁଥ‌ିବା ୮୮ଟି ଗ୍ରାମର ୨୬,୨୭୧.୨୯ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି। ଚଳିତ ବର୍ଷ ବର୍ଷାର ପରିମାଣ ଆବଶ୍ୟକତାରୁ କମ୍ ରହିଥିବା ବେଳେ ଏବେ ଜଳଭଣ୍ଡାର ର ସ୍ଥିତି ୬୨୯.୩୯୦ମିଟର ରେ ରହିଛି। ଗତ ବର୍ଷ ଏହାର ପରିମାଣ ୬୩.୮୦୦ରେ ରହିଥିଲା। ଏହାସତ୍ତ୍ଵେ ଚଳିତ ଋତୁରେ କଳାହାଣ୍ଡି ଜିଲ୍ଲାର ମୋଟ ୫୦୧ଗ୍ରାମର ୧,୧୮, ୦୯୦ହେକ୍ଟର ଜମିରେ ଜଳ ସେଚନ କରାଯିବ ବୋଲି ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ କହିଛନ୍ତି,ତେବେ ଆଗାମୀ ଦିନରେ ସ୍ଵାଭାବିକ ବର୍ଷା ନହେଲେ ଜଳ ସେଚନ ପାଇଁ ଅନ୍ତରାୟ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *