July 14, 2026
Home » ଚିରିକିପଡା ଶାସନରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି। ସ୍ଥାୟୀ ନିଯୁକ୍ତି ପାଇଁ ଯୋଗାଣ ସହାୟକଙ୍କ ଦାବି।

ଚିରିକିପଡା ଶାସନରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି। ସ୍ଥାୟୀ ନିଯୁକ୍ତି ପାଇଁ ଯୋଗାଣ ସହାୟକଙ୍କ ଦାବି।

0
WhatsApp Image 2026-07-14 at 4.45.22 PM

 

ପୋଲସରା ବ୍ଲକର ଚିରିକିପଡା ଶାସନ ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ଦ୍ବିପ୍ତିମୟୀ ପାତ୍ର,ଏବିଡିଓ ସୋନମ୍ ବେହେରା, ସରପଞ୍ଚ ଭଗବାନ ସାହୁ ଯୋଗଦେଇ ସମସ୍ତଙ୍କର ଅଭିଯୋଗ ଗ୍ରହଣ କରି ଥିଲେ। ଏହି ଅବସରରେ ମୋଟ୍ ୧୯ ଜଣଙ୍କ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୬ ଜଣଙ୍କୁ ଘରପଟ୍ଟା ଦିଆଯାଇଥିଲା।ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା,ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରିପାଠୀ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଜନଶୁଣାଣି ଅଧିକାରିଣୀ ଲିପ୍ସା ରାଣୀ ଭଞ୍ଜ,ଏଡିଓ ପ୍ରମୁଖଙ୍କ ସମେତ ଅଙ୍ଗନବାଡ଼ି ,ଆଶାକର୍ମୀ ଓ ଏସ ଏଚ ଜି ଗୃପର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ବ୍ଳକର ଯୋଗାଣ ସହାୟକ ସଭାପତି ମଦନମୋହନ ସାହୁ, ଉପସଭାପତି ରାଜେଶ୍ବରୀ ସ୍ବାଇଁ, ସମ୍ପାଦକ ବିନୋଦିନୀ ନାୟକ କୋଷାଧ୍ୟକ୍ଷ ଅରବିନ୍ଦ ମହାରଣା ସମେତ ବିଭିନ୍ନ ପଞ୍ଚାୟତର ଯୋଗାଣ ସହାୟକ ସଂଘର ସଦସ୍ୟ ମାନେ ସ୍ଥାୟୀ ନିଯୁକ୍ତି ପାଇଁ ଏକ ଦାବିପତ୍ର ବ୍ଳକ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *