July 14, 2026
Home » ୩୦୦ ଟଙ୍କା ନଦେଲେ ଛାତ୍ରଛାତ୍ରୀ ମାନଙ୍କୁ ମାଟ୍ରିକ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ମିଳୁନାହିଁ ।

୩୦୦ ଟଙ୍କା ନଦେଲେ ଛାତ୍ରଛାତ୍ରୀ ମାନଙ୍କୁ ମାଟ୍ରିକ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ମିଳୁନାହିଁ ।

0
WhatsApp Image 2026-07-13 at 7.33.47 PM

ପୋଲସରା ବ୍ଳକ ଅନ୍ତର୍ଗତ ମାଳ ତେନ୍ତୁଳିଆ ପି ଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ୩୦୦ ଟଙ୍କା ନଦେଲେ ମାଟ୍ରିକ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ମିଳୁନାହିଁ । ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ପରବର୍ତ୍ତୀ ଉଚ୍ଚ ଶିକ୍ଷା ପାଇଁ ବିଶେଷ କରି +୨ ଓ ଡିପ୍ଲୋମା ପ୍ରଭୃତି ଶ୍ରେଣୀ ରେ ନାମ ଲେଖାଇବା ନିମନ୍ତେ ମାଟ୍ରିକ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ । ମାତ୍ର ମାଳ ତେନ୍ତଳିଆ ଗ୍ରାମ ରେ ଅବସ୍ଥିତ ପି ଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ମାଟ୍ରିକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ପ୍ରମାଣପତ୍ର ପାଇଁ ଗଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ୩୦୦ ଟଙ୍କା ଦାବି କରୁଛନ୍ତି । ଗରିବ ଛାତ୍ରଛାତ୍ରୀ ମାନେ ୩୦୦ ଟଙ୍କା ଦେବାକୁ ନାରାଜ ହେଲେ ବିଭିନ୍ନ ଆଳ ଦେଖାଇ ପ୍ରମାଣପତ୍ର ଦେଉ ନାହାନ୍ତି । ଫଳରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ନାମ ଲେଖାଇବା ପାଇଁ ଆବେଦନ କରି ପାରୁ ନାହାନ୍ତି । ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ , ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *