ମଦଭାଟି ଛାୟାରେ ହଜିଛି “ନେହେରୁ ନଗର” ର ପରିଚୟ
ଟିଟିଲାଗଡ:,ରାଜ୍ୟ ସରକାର ଙ୍କ ରାଜକୋଷ ବୃଦ୍ଧିରେ ମଦ ବ୍ୟବସାୟ ରୁ ଆସୁଥିବା ରାଜସ୍ୱ ସିଂହ ଭାଗ ରହିଛି।ଏଥିପାଇଁ ରାଜ୍ୟ ସରକାର ରାଜ୍ୟରେ ମଦ ବ୍ୟବସାୟ କୁ ପ୍ରାଥମିକତା ଦେଇ ପ୍ରୋସାହିତ କରୁଥିବା ଦେଖିବାକୁ ମିଳିଛି। ଟିଟିଲାଗଡ ସହର ର କେନ୍ଦ୍ର ସ୍ଥଳ ରେ ଦୀର୍ଘ ବର୍ଷ ଧରି ରହିଥିବା ସରକାରୀ ସିକୃତିପ୍ରାପ୍ତ ଦେଶୀ ମଦଭାଟି ଯୋଗୁଁ ଐତିହ୍ୟସମ୍ପନ୍ନ ଏହି ସହରର ଛବି ମଳିନ ପଡ଼ିଛି।ସହରର ୱାର୍ଡ ନଂ ୪ ନେହେରୁନଗର ଠାରେ ଚାଲିଥିବା ଏହି ମଦଭାଟି କୁ ନେଇ ସାଧାରଣ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ଦିନ କୁ ଦିନ ବଢ଼ିବାରେ ଲାଗିଛି।ଏହି ମଦଭାଟି ସହର ର ଗରିମା,ପରିଚୟ ଓ ସାମାଜିକ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉ ଥିବା ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି।ସରକାରୀ ନିୟମ ଅନୁଯାୟୀ ସୀକୃତି ପ୍ରାପ୍ତ ମଦଭାଟି ଜନ ବସତି ଓ ମୁଖ୍ୟ ରାସ୍ତା ଠାରୁ ନିର୍ଦ୍ଧିଷ୍ଟ ଦୂରତାରେ ରହିବା ନେଇ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।ତେବେ ଟିଟିଲାଗଡ ରେ ଏହି ନିୟମର ଖୋଲାଖୋଲି ଉଲଂଘନ ହୋଇ ଜନବସତି ମଧ୍ୟରେ ଚାଲିଥିବା ଏହି ମଦଭାଟି ବର୍ତ୍ତମାନ ଏହି ଅଞ୍ଚଳର ପରିଚୟ ପାଲଟିଛି।ସହରର ଏହି ୱାର୍ଡ ନେହେରୁ ନଗର ନାମରେ ପରିଚିତ ଥିବାବେଳେ ଏହି ପ୍ରକୃତ ପରିଚୟକୁ ମଦଭାଟି ଛଡ଼ାଇ ନେଇଥିବା ଦେଖିବାକୁ ମିଳିଛି।ବର୍ତ୍ତମାନ ଏହି ଅଞ୍ଚଳ ନେହେରୁନଗର ବଦଳରେ ମଦଭାଟି ପଡ଼ା ନାମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏକ ପ୍ରତିଷ୍ଠିତ ସହର ର ପ୍ରମୁଖ ଅଞ୍ଚଳ ମଦଭାଟି ନାଁରେ ପରିଚିତ ହୋଇ ଜନମାନସ ରେ ଆଦୃତ ହେବା ନିଶ୍ଚିତ ଭାବରେ ଏକ ବିଡ଼ମ୍ବନାର ବିଷୟ। ବର୍ଷ ବର୍ଷ ଧରି ଏହା ସ୍ଥାନୀୟ ଅଞ୍ଚଳରେ ଯୁବପିଢି କୁ ପଥଭ୍ରଷ୍ଟ କରିବାର ଖୋରାକ ଯୋଗାଉଛି।ମଦଭାଟି ପାଇଁ ଏଠାରେ ମଦୁଆ ଙ୍କ ପ୍ରାଦୁର୍ଭାବ ବୃଦ୍ଧି ଯୋଗୁଁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍କୁଲ,କଲେଜ ର ଛାତ୍ରଛାତ୍ରୀ,ମହିଳା ନିଜକୁ ଅସୁରକ୍ଷିତ ମଣୁଥିବା ଦେଖିବାକୁ ମିଳିଛି। ଏହା ଅଞ୍ଚଳବାସୀ ଙ୍କ ଦେହସୁହା ରେ ପରିଣତ ହୋଇଥିବା ବେଳେ ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ନଦେବା ବିଭାଗୀୟ ମଧୁ ଚନ୍ଦ୍ରିକା କୁ ଦର୍ଶାଉଛି।ଏହି ମଦଭାଟି ରେ ପ୍ରତିଦିନ ବହୁ ପରିମାଣରେ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ମଦଭାଟି କୁ ପଠାଯାଉଛି।ମଦ ପ୍ରସ୍ତୁତି ପ୍ରକ୍ରିୟାରୁ ନିର୍ଗତ ତୀବ୍ର ପୋଚ ଗନ୍ଧ ଅଞ୍ଚଳବାସୀ ଙ୍କୁ ମତୁଆଲ କରୁଛି।ଜନବସତି ମଧ୍ୟରୁ ଏହାକୁ ସ୍ଥାନାନ୍ତର କରାଯିବା ନେଇ ଅସନ୍ତୋଷ ଦାନା ବନ୍ଧୁଥିବା ଦେଖିବାକୁ ମିଳିଛି। ଘଟଣା କୁ ନେଇ ଅବକାରୀ ଅଧିକ୍ଷକ ଅନ୍ନପୂର୍ଣ୍ଣା ରଥ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ଜିଲ୍ଲାପାଳ ଙ୍କ ଦ୍ଵାରା ଆମନ୍ତ୍ରଣ କରାଯାଉଥିବା ଜନ ସାଧାରଣ ଙ୍କ ଅଭିଯୋଗ ନୋଟିସ ମାଧ୍ୟମରେ ଆବେଦନ କରାଗଲେ ଅବକାରୀ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇ ମଦଭାଟି ସ୍ଥାନାନ୍ତର କରାଯିବା କୁ ପଦକ୍ଷେପ ନିଆଯାଇ ପାରିବ ବୋଲି କହିଛନ୍ତି।
