ସାହିତ୍ୟିକ ଯୋଗୀନ୍ଦ୍ର ପଣ୍ଡା ଙ୍କ ପଞ୍ଚମ ସାରସ୍ୱତ ସୃଷ୍ଟି “କୋଶଲି ବରନବୋଧ ” ପାଣ୍ଡୁଲିପି ର ଉନ୍ମୋଚନ ଉତ୍ସବ
ସୁବର୍ଣ୍ଣପୁର — ରବିବାର ଦିନ ସୁବର୍ଣ୍ଣପୁର ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଲଜୀ ତମଶ୍ଵା ଯୋଗାଳୟ ର ସାଧନା କକ୍ଷରେ ଯୋଗାଳୟ ର ବରିଷ୍ଠ ସଦସ୍ୟ ତଥା ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡାଙ୍କର ପଞ୍ଚମ ସାରସ୍ୱତ ସୃଷ୍ଟି- “କୋସଲି ବରନବୋଧ,, ପାଣ୍ଡୁଲିପି ର ଏକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ ,ସମ୍ମାନୀତ ଅତିଥି ଭାବରେ କବି ଆର୍ତ୍ତତ୍ରାଣ ବାବୁ , କବି ଯୁଧିଷ୍ଠିର ଖମାରୀ, ଡ଼. ଦେବାଶିଷ ପାଣ୍ଡିଆ ଯୋଗ ଦେଇ ଲେଖକ ଶ୍ରୀଯୁକ୍ତ ପଣ୍ଡାଙ୍କର ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିବା ସହିତ କୋସଲି ବରନବୋଧ ସମଗ୍ର କୋସଲାଞ୍ଚଳ ପାଇଁ ଏକ ଅମୂଲ୍ୟ ଦସ୍ତାବିଜ ହେବା ସହ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉପାଦେୟ ଗ୍ରନ୍ଥ ହେବ ବୋଲି ମତପ୍ରକାଶ କରିଥିଲେ ।

ଲେଖକ ଶ୍ରୀଯୁକ୍ତ ପଣ୍ଡା ପୁସ୍ତକ ରଚ଼ନାର ଆବଶ୍ୟକତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହିତ ପୁସ୍ତକରେ କୌଣସି ତ୍ରୁଟି ବିଚ୍ୟୁତିକୁ ଦର୍ଶାଇ ସଂଶୋଧନ ପୂର୍ବକ ନିର୍ଭୁଲ ତଥା ପରି ମାର୍ଜିତ ପୁସ୍ତକ ବାହାର କରିବା ପାଇଁ ସାହାଯ୍ୟ, ପରାମର୍ଶ, ଉପଦେଶ ଯୋଗାଇ ଦେବାକୁ ଅତିଥି ମାନଙ୍କୁ ଅନୁରୋଧ ଜଣାଇଥିଲେ । ପାଣ୍ଡୁଲିପି କୁ ସମୀକ୍ଷା କରିଥିଲେ ଐତିହାସିକ ସୁଦାମ ନାଏକ, ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ସଭାକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ କବି ଅଖୋଜ କୁମାର ଷାଣ୍ଢ । ଏହି ସାରସ୍ଵତ ସଭାରେ ଯୋଗାଳୟ ର ସମସ୍ତ ଯୋଗୀ ମାନଙ୍କ ସହିତ ସହରର ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
