July 19, 2026
Home » ଗୋପବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବରେ ମେଗା ରକ୍ତଦାନ ଶିବିର

ଗୋପବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବରେ ମେଗା ରକ୍ତଦାନ ଶିବିର

0
WhatsApp Image 2026-07-19 at 5.14.32 PM

ବ୍ରହ୍ମପୁର,: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଲୋକସେବକ ମଣ୍ଡଳ ଓ ସମାଜ ପକ୍ଷରୁ ବ୍ରହ୍ମପୁର ସ୍ଥିତ ସାମନ୍ତରାୟ ଏକାଡେମୀ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଉଦଘାଟିତ ହୋଇ ଯାଇଛି । ଗୋସାଇଁନୂଆଗାଁ ସ୍ଥିତ ଏକାଡ଼େମୀ ପରିସରରେ ଅନୁଷ୍ଠିତ ଶିବିରରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଏ. ସସ୍ୟା ରେଡ୍ଡୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଲୋକସେବକ ମଣ୍ଡଳ କୋଷାଧକ୍ଷ ତଥା ସମାଜର ମୂଦ୍ରକାର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଅତିଥି ଭାବେ ଯୋଗ ଦେଇଥିଲେ । ସାମନ୍ତରାୟ ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ କାଯ୍ୟକ୍ରମ ପରିଚାଳନା କରିଥିଲେ । ଏକାଡେମୀର ଶତାଧିକ ଛାତ୍ରଛାତ୍ରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ନେତା ଡ ଶଙ୍କର ମାଝୀ, କଳିଙ୍ଗ ବିଦ୍ୟାମନ୍ଦିର ସମ୍ପାଦକ ହରିକୃଷ୍ଣ କୋଠିଆ, ଆଇନଜୀବୀ ପଲବ ଦାସ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ରମେଶ ପ୍ରଧାନ, ଗଞ୍ଜାମ ଜିଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା, କ୍ରାନ୍ତି ଅନୁଷ୍ଠାନ ନିର୍ଦ୍ଦେଶକ ଦେବାନନ୍ଦ ପଣ୍ଡା, ଡ ଅମୂଲ୍ୟ ତ୍ରିପାଠୀ, ମହୁରୀ କାଳୁଆ କଲେଜ ଅଧ୍ୟକ୍ଷ ଡ ପ୍ରସନ୍ନ ବିଷୋୟୀ, ପ୍ରାକ୍ତନ ସେନା ଅଧିକାରୀ ପଞ୍ଚାନନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏମକେସିଜି ମେଡିକାଲ ରକ୍ତ ଭଣ୍ଡାର ଡ଼ା. ରଶ୍ମି ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ, ଅନୁରାଧା ମାଝୀ, ଅଜିତ୍ ପାତ୍ର ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *