“କେନସର”ରୋଗୀ ପାଇଁ ଅର୍ଥ ସାଜିଛି ବାଧକ:ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡୁ
ଫୁଲବାଣୀ ଇ ପି ଏ – କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ଚକାପାଦ ବ୍ଲକ ଅଧିନସ୍ଥ ବପଲମେଣ୍ଡି (ବି) ପଞ୍ଚାୟତ ଅଧୀନ ଲୁଜୁରାମୁଣ୍ଡା ଗ୍ରାମର ବିନୟ ନାୟକ ବୟସ ୬୧ ବର୍ଷ , ଆଧାର କାର୍ଡ ନ ୮୫୨୧୭୪୫୭୧୪୧୪,।ବିନୟ ନାୟକ ଙ୍କ ସ୍ତ୍ରୀଙ୍କ ନାମ ରଜନୀ ନାୟକ ବୟସ ୪୪ ବର୍ଷ, ଆଧାର କାର୍ଡ ନ ୭୩୩୯୯୧୫୬୩୪୫୨, ଆଜକୁ ୪/୫ ବର୍ଷ ହେଲାଣି ” କେନସର” ରୋଗ ରେ ପିଡିତ ଅଛନ୍ତି।ରଜନୀ ନାୟକ ଙ୍କୁ ପ୍ରଥମେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ, ରୋଗୀ ର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପାଇଁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା, ସେଠାରେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତୁରନ୍ତ ଭୁବନେଶ୍ବର ସ୍ଥିତ “କିମସ”ହସ୍ପିଟାଲ ରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା, ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବା ପରେ ନିଜ ଗାଁ ଲୁଜୁରାମୁଣ୍ଡା କୁ ଫେରିଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରେ ରୋଗୀ ଚିକିତ୍ସିତ ସମସ୍ତ ଖର୍ଚ୍ଚ ସରକାର ବହନ କରିଥାନ୍ତି। ହେଲେ ବାସ୍ତବରେ ରୋଗୀ ସେବା ପାଇଁ ଯାଇଥିବା ଲୋକ ଙ୍କ ପାଇଁ ସମସ୍ୟା ହେଉଛି ଗରିବତା ଭୁବନେଶ୍ୱର ରେ କେଉଁଠି କାମ କରିବ ନା ରୋଗୀ ସେବା କରିପାରିବେ କି? କେନସର ରୋଗୀ ରଜନୀ ନାୟକ ୪୪ ଙ୍କ ଦେହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅର୍ଥ ଅଭାବ ସାଙ୍ଗକୁ ତିନି ତିନି ଜଣ ପୁଅ, ଝିଅ ଘରେ ଚଳିଲେ କେମିତି,ବିନୟ ନାୟକ ୬୧ବର୍ଷ ଜଣେ ବିକଳାଙ୍ଗ ଭତା ପାଉଥିବା,ରେସନ କାର୍ଡ ନ ୧୬୦୨୦୨୧୦୬୬୩ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରି ଆସିଥିବା ବେଳେ “କେନସର”ରୋଗ ବିନୟ ଙ୍କ ସ୍ତ୍ରୀ ରଜନୀ ନାୟକ ପିଡିତ ହେବା ଫଳରେ ବିନୟ ଙ୍କ ଅଳ୍ପ ବହୁତ ରୋଜଗାର ରେ ଅଙ୍କୁଶ ଲଗାଯାଇଛି।ଏବେ ପୁଣି ଭୁବନେଶ୍ଵର ସ୍ଥିତ “କିମସ” ହସ୍ପିଟାଲ କୁ ନିଜ ସ୍ତ୍ରୀଙ୍କର ଅଧିକା ଚିକିତ୍ସାରେ ଗରିବତା ହିଁ “କେନସର” ରୋଗୀ ରଜନୀ ନାୟକ ୪୪ ବର୍ଷ ଙ୍କ ପାଇଁ ଅର୍ଥ ସାଜିଛି ଆହାକାର ବାଧକ, କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଙ୍କକୃପା ଦୃଷ୍ଟି ସାଙ୍ଗକୁ ରେଡକ୍ରସ ଫଣ୍ଡ ରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ସହାୟତା ରାଶି, ପ୍ରକୃତ ରେ “କେନସର” ରୋଗୀଙ୍କ ଘର ଲୁଜୁରାମୁଣ୍ଡା ରେ ଦୃଷ୍ଟି ଆକର୍ଷଣ କଲେ ଅଞ୍ଚଳରେ ଅବସ୍ଥିତ ସମସ୍ୟା ସମ୍ପର୍କରେ ଓ ରୋଗୀ ଚିକିତ୍ସିତ ପାଇଁ ଜିଲ୍ଲାପାଳଙ୍କ ପାଖରେ ପରିବାର ବର୍ଗଙ୍କ ଗୁହାରୀ ଜିଲ୍ଲାପାଳ ଙ୍କ ଦୃଷ୍ଟି ଓ ସାହାଯ୍ୟ ଅପେକ୍ଷାରେ”କେନସର” ରୋଗୀ ପରିବାରର ଉପରେ, ଜିଲ୍ଲାପାଳ ଙ୍କ ସାହାଯ୍ୟ ମିଳିଲେ ବିନୟ ନାୟକ ନିଜ ସ୍ତ୍ରୀ ରଜନୀ କୁ ଚିକିତ୍ସା ପାଇଁ ନେଇଯିବ ଭୁବନେଶ୍ୱର ” କିମସ” ହସ୍ପିଟାଲ କୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଓ ହୃଦୟଭରା ସାହାଯ୍ୟ ହିଁ କେନସର ରୋଗୀ ର ଜୀବନ।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
