May 9, 2025
Home » ସଡ଼କ ଦୁର୍ଘଟଣା ରେ ତିନିଜଣ ଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣା ରେ ତିନିଜଣ ଙ୍କ ମୃତ୍ୟୁ

0
WhatsApp Image 2024-07-25 at 7.01.46 PM

ସୁବର୍ଣ୍ଣପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ 3 ଜଣ ଯୁବକ ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି l ସୁବର୍ଣ୍ଣପୁର ସମ୍ବଲପୁର ରାସ୍ତା ର ଉଲୁଣ୍ଡା ମେଟାକାନି ମନ୍ଦିର ଛକ ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା l ଯୁବକ ମାନେ ରାସ୍ତା କଡରେ ମୋଟର ସାଇକେଲ ରୁ ଓଲ୍ହାଇ ଚା ପିଉଥିଲେ l ଏହି ସମୟ ରେ ମେସ୍କ ପିକଅପ ଗାଡି ଟି ସେମାନଙ୍କ ଉପରେ ମାଡି ଯାଇଥିଲା

l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସୋନପୁର ସମ୍ବଲପୁର ରାସ୍ତାର ମାଁ ମେଟାକାନି ମନ୍ଦିର ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ମନ୍ଦିର ନିକଟ ଏକ ଚା ଦୋକାନରେ ସ୍ଥାନୀୟ ଅଂଚଳର କିଛି ଯୁବକ ଚା ପିଉଥିବା ବେଳେ ସୋନପୁର ପଟରୁ ସମ୍ବଲପୁର ପଟକୁ ଯାଉଥିବା ଏକ ମେସ୍କ ପିକଅପ ଗାଡି ଆସି ବାଡେଇ ଦେବାରୁ ତିନି ଜଣ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସୀତ ହେଉଛନ୍ତି । ଏହି ମୃତକ ଯୁବକ ମାନେ ହେଲେ ଉଲୁଣ୍ଡା ବ୍ଲକ ଅଇଁଲାଛାଟ ଗାଁର ରାଜା କୁମ୍ଭାର , ନାରାଣଟିକ୍ରା ଗାଁର ଦେବାନନ୍ଦ ସୂଜଳ ଓ ମାଟଖାଇ ବଲପାଲି ଗାଁର ସୁସାନ୍ତ ସାହୁ ବୋଲି ଜଣା ପଡିଛି । ଏହି ମେସ୍କ ପିକଅପ ଗାଡି ଟି ତିନୋଟି ବାଇକ ଓ ଗୋଟିଏ ଅଟୋ ରିକ୍ସାକୁ ମଧ୍ୟ ବାଡେଇ ଚୁରମାର କରିଦେଇଛି । ଘଟଣା ସ୍ଥାଳରୁ ମେସ୍କ ପିକଅପ ଗାଡିିଟି ଫେରାର ମାରିବାରେ ସଫଳ ହୋଇଛି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଚିଂ ଘଟଣାର ଅନୁସନ୍ଧାନ କରିବା ସହିତ ଗାଡିଟିକୁ ଖୋଜୁଥିବା ସୂଚନା ମିଳିଛି l

 

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *