July 29, 2026
Home » ହାଇଟେକ୍ ଡେଣ୍ଟାଲ୍ କଲେଜର ସମାବର୍ତ୍ତନ ଉତ୍ସବ

ହାଇଟେକ୍ ଡେଣ୍ଟାଲ୍ କଲେଜର ସମାବର୍ତ୍ତନ ଉତ୍ସବ

0
WhatsApp Image 2026-07-29 at 4.02.36 PM

‘ଭଲ ଡାକ୍ତର ନିଜ ଅଭିଜ୍ଞତା ଓ ବ୍ୟବହାରରୁ ନିଜ ପରିଚୟ ସୃଷ୍ଟି କରନ୍ତି’ — ଡକ୍ଟର ତିରୁପତି ପାଣିଗ୍ରାହୀ

ଭୁବନେଶ୍ଵର : ହାଇଟେକ୍ ଡେଣ୍ଟାଲ୍ କଲେଜର ସମାବର୍ତ୍ତନ ଉତ୍ସବ ଆୟୋୟିତ ହୋଇଛି I ଉତ୍ସବରେ କେନ୍ଦ୍ରାଞ୍ଚଳ ଆଇଜି ଡାକ୍ତର ସତ୍ୟଜିତ ନାୟକ ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ କହିଥିଲେ ଯେ, ଜଣେ ବ୍ୟକ୍ତି ଜୀବନରେ କେବଳ ଡିଗ୍ରୀ କିମ୍ବା ସମ୍ପତ୍ତି ହାସଲରେ ସଫଳତା ପ୍ରାପ୍ତ କରିନଥାଏ, ବରଂ ଅଭିଜ୍ଞତା ଓ ଶ୍ରେଷ୍ଠତା ହିଁ ତାକୁ ସଫଳ କରାଇଥାଏ |

କାର୍ଯ୍ୟକ୍ରମରେ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପିତାମାତାଙ୍କ ଆଶୀର୍ବାଦ ହିଁ ମଣିଷ ଜୀବନର ଶ୍ରେଷ୍ଠ ପୁଞ୍ଜି, ସେହିପରି ଜଣେ ଭଲ ଡାକ୍ତର ନିଜ ସେବା ମନୋଭାବ ଓ ଉତ୍ତମ ବ୍ୟବ‌ହାରରୁ ସମାଜରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥାଏ I ନୂତନ ଡାକ୍ତରମାନେ ରୋଗୀସେବାରେ ବ୍ରତୀ ହେବାକୁ, ହାଇଟେକ୍ ଗ୍ରୁପ୍ ସିଇଓ ତଥା ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ ଆହ୍ୱାନ କରିଥିଲେ I ଜୀବନରେ ଶ୍ରେଷ୍ଠତା ସେତେବେଳେ ଆସେ ଯେତେବେଳେ ମନୁଷ୍ୟ ନିଜର ଅହଂଭାବ ଛାଡି ସେବାମନୋବୃତିରେ କାର୍ଯ୍ୟ କରିଥାଏ ବୋଲି କହିଥିଲେ ହାଇଟେକ୍ ଡେଣ୍ଟାଲ କଲେଜର କାର୍ଯ୍ୟକାରୀ ଅଧ୍ଯକ୍ଷା ଇଞ୍ଜିନିୟର ମଧୁସ୍ମିତା ତ୍ରିପାଠୀ I

ଉତ୍ସବରେ ୨୦୨୦-୨୧ ବର୍ଷର ବିଡିଏସ୍ ଛାତ୍ରଛାତ୍ରୀ ଓ ୨୦୨୨-୨୩ବର୍ଷର ଏମ୍‌ଡିଏସ୍ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବା ସହ ସେମାନଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଛି । ୨୦୨୫ବର୍ଷର ଏମ୍‌ଡିଏସ୍ ଛାତ୍ରୀ ଡାକ୍ତର ଚିଣ୍ମୟୀ ପ୍ରିୟଦର୍ଶିନୀ ଟପ୍ପର ହୋଇଛନ୍ତି । ସେହିପରି ଚଳିତବର୍ଷର ବିଶ୍ଵବିଦ୍ୟାଳୟ ବିଡିଏସ୍ ଟପ୍ସର ଡାକ୍ତର ଶ୍ରୀୟା ବକ୍ସି ସ୍ଵର୍ଣ୍ଣପଦକ ହାସଲ କରିଥିବା ବେଳେ ଡାକ୍ତର ସଞ୍ଜୁକ୍ତା ଚାନ୍ଦ ଓ ଡାକ୍ତର ଆଶାଶ୍ରୀ ବୋସ୍ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି I

ଆୟୋଜିତ କାର୍ଯ୍ୟକ୍ରମରେ ହାଇଟେକ୍ ଡେଣ୍ଟାଲ କଲେଜ ଅଧ୍ଯକ୍ଷ ପ୍ରଫେସର ଡାକ୍ତର ସଂଗ୍ରାମ ପାତ୍ର, ହାଇଟେକ୍ ମେଡିକାଲ୍ ଅକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର, ମେଡିକାଲ୍ କଲେଜ ଉପାଧ୍ୟକ୍ଷ ପ୍ରଫେସର ଡାକ୍ତର ଲିସା ଷଢଙ୍ଗୀ, ଡିନ୍ ପ୍ରଫେସର ରାଧାମାଧବ ତ୍ରିପାଠୀ, ମେଡିକାଲ କଲେଜ ଅଧ୍ଯକ୍ଷ ପ୍ରଫେସର ଦେବେନ୍ଦ୍ର ମହାପାତ୍ର, ପ୍ରଫେସର ସୁବାସ ଚନ୍ଦ୍ର ନାୟକ, ପ୍ରଫେସର ଅଭିତୋଷ ଦେବତା ପ୍ରମୁଖ ଯୋଗଦେଇଥିଲେ I ଡାକ୍ତର ଶୁଭାସୌମ୍ୟ ଡାନୀ ଉଚ୍ଚକୋଟୀର ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *