July 30, 2026
Home » ଓଡ଼ିଶାର ପ୍ରଗତି ଓ ରୂପାନ୍ତରଣକୁ ତ୍ୱରାନିତ କରିବା ସହିତ ସମାବେଶୀ ବିକାଶର ଉତପ୍ରେରକ

ଓଡ଼ିଶାର ପ୍ରଗତି ଓ ରୂପାନ୍ତରଣକୁ ତ୍ୱରାନିତ କରିବା ସହିତ ସମାବେଶୀ ବିକାଶର ଉତପ୍ରେରକ

0
WhatsApp Image 2026-07-30 at 1.33.23 PM

ଇଣ୍ଡିଆନ୍ଅଏଲ୍ ପାରାଦୀପ ରିଫାଇନରୀ

ପାରାଦୀପ ରିଫାଇନରୀରେ ରଣନୈତିକ ନିବେଶ ଇଣ୍ଡିଆନ୍ ଅଏଲ୍ ପାରାଦୀପରେ ପ୍ରାୟ ₹43,359 କୋଟି ଟଙ୍କାର ନିବେଶ କରିଛି, ଯେଉଁଥିରେ ଏହାର ଅତ୍ୟାଧୁନିକ ରିଫାଇନରୀ ୟୁନିଟ୍ (₹34,555 କୋଟି ଟଙ୍କା), ପଲିପ୍ରୋପିଲିନ୍ ପ୍ଲାଣ୍ଟ (₹3,150 କୋଟି ଟଙ୍କା) ଏବଂ ମୋନୋ ଇଥିଲିନ୍ ଗ୍ଲାଇକୋଲ୍ (MEG) ପ୍ଲାଣ୍ଟ (₹5,654 କୋଟି ଟଙ୍କା) ଅନ୍ତର୍ଭୁକ୍ତ ଅଟେ । ଏହି ପୁଞ୍ଜିନିବେଶ ଆଜି ପାରାଦୀପ ଏବଂ ଏହାର ଆଖପାଖ ଅଞ୍ଚଳର 12,500 ରୁ ଅଧିକ ଲୋକଙ୍କ ଜୀବିକା ନିର୍ବାହରେ ସହାୟକ ।ଏହା ସହିତ, ପେଟ୍ରୋକେମିକାଲ୍ ଭାଲ୍ୟୁ ଚେନ୍ କୁ ସୁଦୃଢ଼ କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ପାରାଦୀପ ଠାରେ ଚାଲୁ ରହିଥିବା ପାରାଜାଇଲିନ୍-ପ୍ୟୁରିଫାଇଡ୍ ଟେରେଫଥାଲିକ୍ ଏସିଡ୍ (PX-PTA) ପ୍ରକଳ୍ପରେ ₹13,805 କୋଟି ଟଙ୍କା ପୁଞ୍ଜିନିବେଶ କରିଛି। ଏହାଛଡ଼ା, ଓଡ଼ିଶାର ଟେକ୍ସଟାଇଲ୍ କ୍ଷେତ୍ରକୁ ସହାୟତା କରିବା ପାଇଁ MCPI ପ୍ରାଇଭେଟ୍ ଲିମିଟେଡ୍ ସହିତ ମିଳିତ ଉଦ୍ୟୋଗ (Joint venture) ମାଧ୍ୟମରେ ଭଦ୍ରକ ଟେକ୍ସଟାଇଲ୍ ପାର୍କ ପ୍ରକଳ୍ପରେ ପ୍ରାୟ ₹4,382 କୋଟି ଟଙ୍କା ନିବେଶ କରାଯିବାକୁ ଯୋଜନା କରାଯାଇଛି ଏବଂ ସଷ୍ଟେନେବଲ୍ ଆଭିଏସନ୍ ଫୁଏଲ୍ (SAF) ଉତ୍ପାଦନ ପାଇଁ M11 ଏନର୍ଜି ଟ୍ରାଞ୍ଜିସନ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ମିଳିତ ଉଦ୍ୟୋଗ ମାଧ୍ୟମରେ ହାଇଡ୍ରୋପ୍ରୋସେସଡ୍ ଏଷ୍ଟର୍ସ ଆଣ୍ଡ ଫ୍ୟାଟି ଏସିଡ୍ସ (HEFA)-ଆଧାରିତ ସଷ୍ଟେନେବଲ୍ ଆଭିଏସନ୍ ଫୁଏଲ୍ (SAF) ପ୍ରକଳ୍ପରେ ₹1,064 କୋଟି ଟଙ୍କା ନିବେଶ କରିବାର ଲକ୍ଷ୍ୟ ରଖାଯାଇଛି ।

ଏହି ନିବେଶ ଗୁଡିକ ପାରାଦୀପକୁ ଏକ ସମନ୍ୱିତ ଉର୍ଜା ଏବଂ ପେଟ୍ରୋକେମିକାଲ ହବ୍ ଭାବେ ବିକଶିତ କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ର ରଣନୈତିକ ଦୃଷ୍ଟିକୋଣକୁ ଦର୍ଶାଉଛି । ଏହି ନିବେଶ ଗୁଡିକ ଭାରତ ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ପଦକ୍ଷେପ ଅଧୀନରେ ନବୀକରଣକୁ ପ୍ରୋତ୍ସାହନ, ଆତ୍ମନିର୍ଭରତା ବୃଦ୍ଧି ଏବଂ ସ୍ୱଚ୍ଛ, ନିରନ୍ତର ଭବିଷ୍ୟତ ପାଇଁ ଜାତୀୟ ଉର୍ଜା ପରିବର୍ତ୍ତନକୁ ଆଗେଇ ନେବାରେ କର୍ପୋରେସନର ଦୃଢ଼ ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି।

କାର୍ଯ୍ୟକ୍ଷମ ଉତ୍କର୍ଷତା
ଇଣ୍ଡିଆନ୍ ଅଏଲ୍‌ ର ପାରାଦୀପ ରିଫାଇନରୀ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ସହିତ ଏହାର ପ୍ରଗତିର ପଥ ଜାରି ରଖିଛି। ଆର୍ଥିକ ବର୍ଷ 2025-26 ରେ, ପାରାଦୀପ ରିଫାଇନରୀ ସର୍ବାଧିକ 16.35 ମିଲିୟନ୍ ମେଟ୍ରିକ୍ ଟନ୍‌ ଅଶୋଧିତ ତୈଳ ବିଶୋଧନର ରେକର୍ଡ କରିବା ସହିତ ଷ୍ଟାଣ୍ଡବାଏ ସଲଫର୍ ରିକଭରୀ ୟୁନିଟ୍-III (SRU-III) ଓ ନୂତନ ହାଇଡ୍ରୋଜେନ୍ ଜେନେରେସନ୍ ୟୁନିଟ୍ (NHGU) କୁ କାର୍ଯ୍ୟକ୍ଷମ କରିଛି। ଏହି ଗତିକୁ ଆଗକୁ ବଢ଼ାଇ, PX–PTA ପ୍ରକଳ୍ପ ଅଧୀନରେ ବାର୍ଷିକ 1.2 ମିଲିୟନ୍ ମେଟ୍ରିକ୍ ଟନ୍ (MMTPA) କ୍ଷମତା ବିଶିଷ୍ଟ ପ୍ୟୁରିଫାଇଡ୍ ଟେରେଫଥାଲିକ୍ ଏସିଡ୍ (PTA) ୟୁନିଟ୍ ବର୍ତ୍ତମାନ ସମ୍ପୂର୍ଣ ହେବା ପର୍ଯ୍ୟାୟରେ ପହଞ୍ଚିଛି, ଯାହା ପାରାଦୀପ ରିଫାଇନରୀର ପେଟ୍ରୋକେମିକାଲ୍ ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ।

ପୁରସ୍କାର ଏବଂ ସମ୍ମାନ
ପାରାଦୀପ ରିଫାଇନରୀ 2025-26 ଆର୍ଥିକ ବର୍ଷରେ ଅନେକ ପ୍ରତିଷ୍ଠିତ ସମ୍ମାନ ହାସଲ କରିଛି, ଯେଉଁଥିରେ କଳିଙ୍ଗ ନିରାପତ୍ତା ଉତ୍କର୍ଷ ପୁରସ୍କାର, କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର, ନ୍ୟାସନାଲ୍ ସେଫ୍ଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ (NSCI) ସେଫ୍ଟି ପୁରସ୍କାର ଏବଂ ଗ୍ରୀନ୍ ଚାମ୍ପିଅନ୍ସ ପୁରସ୍କାର ଅନ୍ତର୍ଭୁକ୍ତ ଅଟେ ।

ନିଯୁକ୍ତି ସୃଷ୍ଟି
ପାରାଦୀପ ରିଫାଇନରୀର ବିକାଶ ଏବଂ ପରିଚାଳନା 12,500 ରୁ ଅଧିକ ଜୀବିକା ନିର୍ବାହକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସମର୍ଥନ କରିଥାଏ, ଯେଉଁଥିରେ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ, ଠିକାଦାର ଏବଂ ଯୋଗାଣ ଶୃଙ୍ଖଳା ଅଂଶୀଦାର ମାନେ ଅନ୍ତର୍ଭୁକ୍ତ। ଇଣ୍ଡିଆନ୍ ଅଏଲ୍ ସ୍ଥାନୀୟ ଦକ୍ଷତା ବିକାଶ ଏବଂ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ସମର୍ଥନ କରିଥାଏ, ଯାହା ନିକଟବର୍ତ୍ତୀ ସମୁଦାୟ ଗୁଡ଼ିକରେ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିଛି ।

ରାଜକୋଷକୁ ଅଂଶଦାନ
2025-26 ଆର୍ଥିକ ବର୍ଷରେ, ପାରାଦୀପ ରିଫାଇନରୀ ବିଭିନ୍ନ ଶୁଳ୍କ, ଟିକସ ଓ ଅନ୍ୟାନ୍ୟ ଦେୟ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଜକୋଷକୁ ₹30,392 କୋଟି ଟଙ୍କାରୁ ଅଧିକ ଅଂଶଦାନ କରିଛି — ଯାହା ଏହାର ଦାୟିତ୍ୱଶୀଳ କର୍ପୋରେଟ୍ ପ୍ରତିଷ୍ଠାନ ଓ ଅର୍ଥନୈତିକ ସାମର୍ଥ୍ୟର ଭୂମିକାକୁ ରେଖାଙ୍କିତ କରିଥାଏ ।

କର୍ପୋରେଟ୍ ସାମାଜିକ ଦାୟିତ୍ଵ (CSR)
ନିଜର କୋର୍ ମୂଲ୍ୟ ‘ଯତ୍ନ’ (Care) କୁ ଆଧାର କରି ଇଣ୍ଡିଆନ୍ ଅଏଲ୍, ପାରାଦୀପ ରିଫାଇନରୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଭାବଶାଳୀ CSR ପରିଯୋଜନାକୁ କାର୍ଯ୍ୟକାରୀ କରିଛି। ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ପାନୀୟ ଜଳ, ଶିକ୍ଷା, ଦକ୍ଷତା ବିକାଶ, ଯୁବ ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ ସେବା, ପୁଷ୍ଟି, ଗ୍ରାମୀଣ ବିକାଶ, ମହିଳା ସଶକ୍ତିକରଣ, ପରିବେଶ ସଂରକ୍ଷଣ, ଆତ୍ମନିଯୁକ୍ତି, ଅନାଥାଶ୍ରମ ଓ ବୃଦ୍ଧାଶ୍ରମକୁ ସହାୟତା ଆଦି ସାମିଲ ଅଛି। ଏହି ପଦକ୍ଷେପ ଦ୍ଵାରା ସମାବେଶୀ ବିକାଶ ଏବଂ ଉନ୍ନତି ସୁନିଶ୍ଚିତ ହୋଇ ପାରିଛି। ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀ ଆର୍ଥିକ ବର୍ଷ 2014-15 ରୁ 2025-26 ମଧ୍ୟରେ କୋର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ଏବଂ କୋର୍ପୋରେଟ୍ ପରିବେଶ ଦାୟିତ୍ୱ (CER) ଅଧୀନରେ ପ୍ରଭାବଶାଳୀ ପଦକ୍ଷେପଗୁଡ଼ିକ ପାଇଁ ₹56.71 କୋଟି ଟଙ୍କା ବ୍ୟୟ କରିଛି।

ଏହି ଅବସରରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀଯୁକ୍ତ କୌଶିକ ବସୁ କହିଛନ୍ତି, “ପାରାଦୀପ ରିଫାଇନରୀ ହେଉଛି ଶିଳ୍ପ ଉତ୍କର୍ଷତାର ଏକ ସ୍ଵରୂପ, ନବୀକରଣ ଏବଂ ସମାବେଶୀ ବିକାଶର ପ୍ରତୀକ। ପାରାଦୀପକୁ ଏକ ବିଶ୍ୱସ୍ତରୀୟ ସମନ୍ୱିତ ରିଫାଇନରୀ ଏବଂ ପେଟ୍ରୋକେମିକାଲ୍ ହବ୍ ଭାବରେ ବିକଶିତ କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ‌ର ନିରନ୍ତର ନିବେଶ ଏହାର ପ୍ରତିବଦ୍ଧତାକୁ ଦୋହରାଉଛି, ଯାହା ଭାରତର ଊର୍ଜା ସୁରକ୍ଷାକୁ ସୁଦୃଢ଼ କରିଥାଏ, ନିରନ୍ତର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଓଡ଼ିଶା ତଥା ଦେଶର ଦେଶବାସୀଙ୍କ ପାଇଁ ନିରନ୍ତର ଭାବେ ସୁଫଳ ସୃଷ୍ଟି କରିଥାଏ।”

ଇଣ୍ଡିଆନ୍ ଅଏଲ୍: ଭାରତର ଉର୍ଜା ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଆଧାର
ଇଣ୍ଡିଆନ୍ ଅଏଲ୍ ହେଉଛି ଏକ ଫର୍ଚୁନ୍ 500 ତାଲିକାଭୁକ୍ତ, ସମନ୍ୱିତ ଉର୍ଜା ପ୍ରମୁଖ କମ୍ପାନୀ ଯାହା ତୈଳ, ଗ୍ୟାସ୍, ପେଟ୍ରୋକେମିକାଲ୍ ଓ ବିକଳ୍ପ ଉର୍ଜା ଉତ୍ସଗୁଡ଼ିକର ପ୍ରାୟ ସମସ୍ତ କ୍ଷେତ୍ରରେ ଉପସ୍ଥିତ। ଇଣ୍ଡିଆନ୍ ଅଏଲ୍ ଦେଶର ସବୁଠାରୁ ବଡ଼ ଓ ଅଧିକ ବିଶ୍ୱସ୍ତ କମ୍ପାନୀ ମଧ୍ୟରୁ ଗୋଟିଏ, ଯାହା ଏକ ବିଲିୟନ୍ ରୁ ଅଧିକ ଭାରତୀୟଙ୍କ ଜୀବନ ସହିତ ସଂଯୁକ୍ତ ଅଟେ। ପ୍ରାୟ 30,000 କର୍ମଚାରୀଙ୍କ ସହିତ, ଏହି କମ୍ପାନୀ ଜାତୀୟ ରିଫାଇନିଂ କ୍ଷମତାର ଏକ ତୃତୀୟାଂଶକୁ ପରିଚାଳନା କରିଥାଏ। ଏକ ବ୍ୟାପକ ବିତରଣ, ମାର୍କେଟିଂ ଭିତ୍ତିଭୂମି ଏବଂ ଉନ୍ନତ ଗବେଷଣା ଓ ବିକାଶ (R&D) ସୁବିଧା ସହିତ ଇଣ୍ଡିଆନ୍ ଅଏଲ୍ ଏହାର 65,000 ରୁ ଅଧିକ ଗ୍ରାହକ ଯୋଗାଯୋଗ ପଏଣ୍ଟର ନିରନ୍ତର ବିସ୍ତୃତ ହେଉଥିବା ନେଟୱାର୍କ ମାଧ୍ୟମରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ଉର୍ଜା ପ୍ରଦାନ କରୁଛି।

ପାରାଦୀପ ରିଫାଇନରୀ ବିଷୟରେ
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଫେବୃଆରୀ 7,2016 ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପାରାଦୀପ ରିଫାଇନରୀ ଭାରତର ପୂର୍ବ ଉପକୂଳରେ ଥିବା ସର୍ବବୃହତ ରିଫାଇନରୀ ଏବଂ ପୂର୍ବ ଭାରତର ଶକ୍ତି କ୍ଷେତ୍ରର ପ୍ରବେଶ ପଥ ଭାବରେ ପ୍ରତୀୟମାନ ହୋଇଛି। ବିଶାଳ 3,300 ଏକରର ବୈଷୟିକ ସମୃଦ୍ଧ ଏହି ରିଫାଇନରୀ, ଓଡ଼ିଶାର ପାରାଦୀପର ସ୍ଥିତିକୁ ବଦଳାଇ ଦେଇଛି ଏବଂ ଇଣ୍ଡିଆନ୍ ଅଏଲ୍ ର ମୁକୁଟରେ ଏକ ଉଜ୍ଜ୍ୱଳ ଅଳଙ୍କାର ଭାବରେ ଗର୍ବର ସହ ଠିଆ ହୋଇଛି ।

ପରିଚାଳନା ଉତ୍କର୍ଷତା ଓ ପରିବେଶ ସଂରକ୍ଷଣ ପାଇଁ ଜଣାଶୁଣା, ପାରାଦୀପ ରିଫାଇନରୀ, ଏହାର ସୁରକ୍ଷା, ବିଶ୍ୱସନୀୟତା ଓ ପ୍ରଦର୍ଶନର ଏକ ମାନକ ଅଟେ ।

 

prasanta dash nka report

Leave a Reply

Your email address will not be published. Required fields are marked *