August 24, 2026
Home » ପ୍ରଧାନ ଶିକ୍ଷକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

ପ୍ରଧାନ ଶିକ୍ଷକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

0
1001204709
ନୟାଗଡ : ( ଇପିଏ ) ନୟାଗଡ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଏନ୍.ସି.ସି ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ମିଶ୍ର ନିକଟରେ ପ୍ରଧାନଶିକ୍ଷକ ଭାବରେ ପଦୋନ୍ନତି ପାଇ ଗତ ଜୁନ୍ ଚାରି ତାରିଖରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦେଇ ଆଜି ସରକାରୀ ଚାକିରିରୁ ଅବସର ନେଲେ l ଶ୍ରୀଯୁକ୍ତ ମିଶ୍ର ଜଣେ ବିଜ୍ଞାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ବେଳେ ପରେ ନିଜକୁ ଜଣେ ଏନ୍. ସି. ସି ଅଧିକାରୀ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ l
ତାଙ୍କର ଅବସରକାଳୀନ ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିଲେ l ଆଜିର ସଭାରେ ନୟାଗଡ଼ ବ୍ଲକ୍ ର ପୂର୍ବତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ ଜେନା, ପରିଚାଳନ କମିଟି ସଭାପତି ସନ୍ତୋଷ କୁମାର ପ୍ରଧାନ, ପୂର୍ବତନ ସଭାପତି ନାରାୟଣ ସାହୁ ଓ ଘଡୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଣତୀ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ l
ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ଧୂପ ପ୍ରଦାନ ପୂର୍ବକ ସଭା ଆରମ୍ଭ ହୋଇଥଲା l ଦଶମ ଶ୍ରେଣୀ ଛାତ୍ରୀମାନେ ବିଦାୟ ସଙ୍ଗୀତ ଗାନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ ସ୍ବାଗତ ଭାଷଣ ଦେଇଥିଲେ l ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ବିଦାୟୀ ଶିକ୍ଷକଙ୍କ ଗୁଣାବଳୀ ବ୍ୟାଖ୍ୟା କରିଥିଲେ l ପରେ ପରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ପ୍ରୋଭିଜନାଲ ପେନସନ ସଭାରେ ଦିଆଯାଇଥିବା ବେଳେ ସହକର୍ମୀ ଓ ଛାତ୍ରଛାତ୍ରୀ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ପରିଶେଷରେ ଅନ୍ୟତମ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ୱାଳ ଧନ୍ୟବାଦ୍ ଅର୍ପଣ କରିଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *