August 7, 2026
Home » ଡାକ୍ତର ଭୁଲ ଇଞ୍ଜେକ୍ସନ ଦେବାରୁ ରୋଗୀ ର ମୃତ୍ୟୁ ଅଭିଯୋଗ

ଡାକ୍ତର ଭୁଲ ଇଞ୍ଜେକ୍ସନ ଦେବାରୁ ରୋଗୀ ର ମୃତ୍ୟୁ ଅଭିଯୋଗ

0
WhatsApp Image 2026-08-03 at 5.39.06 PM

ସୁବର୍ଣ୍ଣପୁର —-ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ଏଥିଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି l ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରେ ରୋଗୀର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି l ମୃତ୍ୟୁ ହେବା ପରେ ଡାକ୍ତରଖାନରେ ଉତ୍ତେଜନା ଦେଖାଯାଇଥିଲା l ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ସୋମବାର ଦିନ ଏଭଳି ଏକ ଆଭାବନୀୟ ଘଟଣା ଦେଖିବାକୁ ମିଳିଥିଲା l ଅଭିଯୋଗ ଅନୁସାରେ ଗତକାଲି ରାତିରେ ପାଣିସିଆଲି ଗ୍ରାମର ପ୍ରଶାନ୍ତ ତ୍ରିପାଠୀଙ୍କ ଦେହ ଅସୁସ୍ଥ ହେବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ l ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା l ଡାକ୍ତରଖାନା ରେ ଡାକ୍ତର ଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ର ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *