August 30, 2026
Home » ଡୁଙ୍ଗୁରିପାଲି ରେ ସଟ୍ଟା ଆଡ୍ଡା ଉପରେ ଜିଲ୍ଲାପାଳଙ୍କ ଚଢାଉ , ୨ ହଜାର ୭୯୦ ଟଙ୍କା ଜବତ : ଜଣେ ଗିରଫ l

ଡୁଙ୍ଗୁରିପାଲି ରେ ସଟ୍ଟା ଆଡ୍ଡା ଉପରେ ଜିଲ୍ଲାପାଳଙ୍କ ଚଢାଉ , ୨ ହଜାର ୭୯୦ ଟଙ୍କା ଜବତ : ଜଣେ ଗିରଫ l

0
WhatsApp Image 2026-08-07 at 1.51.16 PM

 

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଡୁଙ୍ଗୁରିପାଲି ଗସ୍ତରେ ଯାଇଥିଲେ I ହେଲେ ହଠାତ ସଟ୍ଟା ଆଡ୍ଡା ଭିତରକୁ ପଶିବା ସହ ଚଢ଼ାଉ କରିଥିଲେ I ପରେ ଡୁଙ୍ଗୁରିପାଲି ପୁଲିସ କୁ ଖବର ଦେବାପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଡୁଙ୍ଗୁରିପାଲି ଗାଁର ମନବୋଧ ନାଏକ (୩୬) ନାମକ ସଟ୍ଟା ଖେଳାଉଥିବା ଯୁଆଡ଼ିକୁ ଗିରଫ କରିବା ସହ ସଟ୍ଟା କାଗଜ ସାମଗ୍ରୀ ଏବଂ ୨ ହଜାର ୭୯୦ ଟଙ୍କାକୁ ଜବତ କରିଛି ପୁଲିସ I ଏ ବିଷୟରେ ଡୁଙ୍ଗୁରିପାଲି ପୁଲିସ ଥାନାରେ ଏକ ମକଦ୍ଦମା ରୁଜୁ କରିଛି।

କିନ୍ତୁ ଥାନା ନିକଟରେ ସଟ୍ଟା ଖେଳ ଚାଲିଥିଲେ ବି ଡୁଙ୍ଗୁରିପାଲି ପୋଲିସ ଜାଣି ଅଜଣା ରହୁଥିବା ବେଳେ ଜିଲ୍ଲାପାଳ ଚଢାଉ କରିଥିବାରୁ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଇଛି I ଏହା ସ୍ଥାନୀୟ ପୁଲିସ ର ଜାଣତରେ ହେଉଛି ବୋଲି ସନ୍ଦେହ ହେଉଥିବା ବେଳେ ଏଥିରେ ପିସି କାରବାର ହେଉଥିବା କୁହାଯାଉଛି । ତେଣୁ ଏଥି ପ୍ରତି ଏସପି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଉଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *