August 12, 2026
Home » ସାଇବର ଅପରାଧ ରୁ ସୁରକ୍ଷା ପାଇଁ ସୁବର୍ଣ୍ଣପୁର ପୋଲିସ ର ସଚେତନତା କାର୍ଯ୍ୟକ୍ରମ

ସାଇବର ଅପରାଧ ରୁ ସୁରକ୍ଷା ପାଇଁ ସୁବର୍ଣ୍ଣପୁର ପୋଲିସ ର ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2026-08-12 at 11.59.28 AM

ସୁବର୍ଣ୍ଣପୁର : ସାଇବର ଅପରାଧରୁ ସୁରକ୍ଷା ପାଇଁ ସୁବର୍ଣ୍ଣପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧ ଓ ଅନଲାଇନ୍ ଠକେଇକୁ ରୋକିବା ସହ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ପୋଲିସ ପକ୍ଷରୁ ବୀରମହାରାଜପୁର,ଡ଼ୁଙ୍ଗୁରିପାଲି, ଉଲୁଣ୍ଡା, ବିନିକା, ଲଛିପୁର, ତରଭା ଓ ରାମପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀମାନେ ସାଇବର ଠକେଇର ବିଭିନ୍ନ ଉପାୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ବିଶେଷକରି OTP, ATM/PIN, CVV, ବ୍ୟାଙ୍କ ଆକାଉଣ୍ଟ ଓ UPI ତଥ୍ୟ କାହା ସହିତ ଶେୟାର ନକରିବା, ଅଜଣା ଲିଙ୍କରେ କ୍ଲିକ୍ ନକରିବା ଏବଂ ଅଜଣା ବ୍ୟକ୍ତିଙ୍କ ଭିଡିଓ କଲ୍, ଫୋନ୍ କିମ୍ବା ମେସେଜ୍‌ରେ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଡିଜିଟାଲ୍ ଆରେଷ୍ଟ, ଫେକ୍ କଷ୍ଟମର୍ କେୟାର୍, ଅନଲାଇନ୍ ଚାକିରି ଠକେଇ, ନକଲି ସୋସିଆଲ୍ ମିଡିଆ ପ୍ରୋଫାଇଲ୍, ଫିଶିଂ ଲିଙ୍କ୍ ଓ UPI ଠକେଇ ଭଳି ବିଭିନ୍ନ ସାଇବର ଅପରାଧ ସମ୍ପର୍କରେ ମଧ୍ୟ ଉଦାହରଣ ଦେଇ ସଚେତନ କରାଯାଇଥିଲା। ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ତୁରନ୍ତ ୧୯୩୦ ସାଇବର କ୍ରାଇମ୍ ହେଲ୍ପଲାଇନ୍‌ରେ ଯୋଗାଯୋଗ କରିବେ ଏବଂ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବା ଆବଶ୍ୟକ। କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। “ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ—ସାଇବର ଠକଙ୍କୁ ସୁଯୋଗ ଦିଅନ୍ତୁ ନାହିଁ” ବାର୍ତ୍ତା ଦେଇ ସୋନପୁର ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଡିଜିଟାଲ୍ ଯୁଗରେ ସୁରକ୍ଷିତ ଓ ସଚେତନ ଭାବେ ଅନଲାଇନ୍ ସେବା ବ୍ୟବହାର କରିବାକୁ ଆହ୍ୱାନ କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *