August 13, 2026
Home » ବ୍ରହ୍ମପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

ବ୍ରହ୍ମପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

0
WhatsApp Image 2026-08-13 at 10.56.20 AM

ଦେଶପ୍ରେମର ରଙ୍ଗରେ ରଙ୍ଗାୟିତ ହେଲା ରେଶମ ସହର

ବ୍ରହ୍ମପୁର, : (ନରସିଂହ ଡାକୁଆ)‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆଜି ସହରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ତ୍ରିରଙ୍ଗାର ଗୌରବ ଓ ଦେଶପ୍ରେମର ଉତ୍ସାହରେ ରେଶମ ସହର ଉତ୍ସବମୁଖର ହୋଇଉଠିଥିଲା।

ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ଗାନ୍ଧୀନଗର, ପି.ଭି.ଏନ୍. ପେଟ୍ରୋଲ ପମ୍ପ ଛକ, ଖଲ୍ଲିକୋଟ କଲେଜ, ସୁବାରାଓ ଛକ, ଟାଟାବେଞ୍ଜ, କମାପଲ୍ଲୀ ଓ କୋର୍ଟପେଟା ଦେଇ ମେଡିକାଲ୍ ଛକଠାରେ ସମାପ୍ତ ହୋଇଥିଲା। ତ୍ରିରଙ୍ଗାରେ ସଜ୍ଜିତ ଇ-ବାଇକ୍ ଓ ସାଇକେଲ୍ ସହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ସହରବାସୀ ଏଥିରେ ସାମିଲ ହୋଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଜାତୀୟ ପତାକା ବଣ୍ଟନ କରାଯାଇଥିଲା ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବି. ବିବେକ ରେଡ୍ଡୀ, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ନିଗମ କମିଶନର ଏ. ସସ୍ୟା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ବରିଷ୍ଠ ସମାଜସେବୀ ସାରଦା ଶତପଥୀ, ସରୋଜ ସାବତ ଓ ବାଳକୃଷ୍ଣ ସାମନ୍ତରା ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *