August 15, 2026
Home » ଲକର୍ମା ନାରାୟଣୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ l

ଲକର୍ମା ନାରାୟଣୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ l

0
WhatsApp Image 2026-08-15 at 1.27.37 PM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲକର୍ମା ଗ୍ରାମର ନାରାୟଣୀ ସାଂସ୍କୃତିକ ପରିଷଦ ପକ୍ଷରୁ ଦେଶର ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ କ୍ରୀଡ଼ାବିତ ଶ୍ରୀ ବିଶିକେଶନ ବାଘ ସ୍ୱାଗତ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ସହିତ ଦେଶର ବରପୁତ୍ର ମାନଙ୍କ ସ୍ମୃତିଚାରଣ କରିଥିଲେ। ହରଡ଼ଖୋଲ ଗ୍ରାମପଞ୍ଚାୟତର ସରପଞ୍ଚ ମୋହନ କର୍ମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସମିତିସଭ୍ୟ ମନୁରାଜ କର୍ମୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ୟୋମକେଶ ତ୍ରିପାଠୀ, ସହକାରୀ ଶିକ୍ଷକ ଲକ୍ଷ୍ମୀଧର ବେହେରା, ଶଙ୍କର୍ଷଣ ମିଶ୍ର, ଦୟାନିଧି ପଧାନ, ବିକ୍ରମ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଏନ.ସି.ଏ. ର ସଭାପତି ମନୋଜ ରଣା, ଉପସଭାନେତ୍ରୀ ସୁଶ୍ରୀ ଚୁମକି ବଗର୍ତ୍ତୀ, ମକରନ୍ଦ ଶଙ୍ଖୁଆ, ଗଣନାଥ ରଣା, ଜାନକୀ ହାତୀ, ଝଗୁଡୁ ବଗର୍ତ୍ତୀ, ମହେନ୍ଦ୍ର ହାତୀ, ସନ୍ତୋଷିନୀ ରଣା, ଗୋବର୍ଦ୍ଧନ ହାତୀ, ଡୋଲାମଣୀ ବଗର୍ତ୍ତୀ, ଯଶୋବନ୍ତି ବାଘ, ମିଥିଲ୍ୟା ଶଙ୍ଖୁଆ ପ୍ରମୁଖ ସହାୟତା କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଜନସାଧାରଣ ଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *