ମାୟାବର୍ହା ବିଦ୍ୟାଳୟ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ l
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ବିଦ୍ୟାଳୟ ରେ ମିଳିତ ଭାବରେ ଆୟୋଜିତ ୮୦ ତମ ସ୍ୱାଧୀନତା ଦିବସ ଅବସରରେ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରୀତା ମେହେର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଅତିଥିଭାବରେ ଯୋଗଦାନ କରି ବିକଶିତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ପରେ ପରେ ଖେଳ ଶିକ୍ଷକ ଚୈତ୍ୟନ୍ୟ ବାରିକ ଓ ଚିନ୍ମୟ କୁମାର ଦାସଙ୍କ ତତ୍ତ୍ୱାବଧାନରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ରାଜୁ ମେହେର ସଂଯୋଜନା କରିଥିଲେ। ବିଦ୍ୟାଳୟର ମହାନଦୀ,ଗଙ୍ଗା, ବ୍ରହ୍ମପୁତ୍ର ଓ ଗୋଦାବରୀ ଦଳ ନିଜ ନିଜ ଦଳଗତ ନୃତ୍ୟ ଓ ଗୀତ ପରିବେଷଣ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ଉଭୟ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ,ଶିକ୍ଷକ, କର୍ମଚାରୀ,କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ପରିଚାଳିକା ସୁଶ୍ରୀ ଚନ୍ଦ୍ରମା ମହାପାତ୍ର, ଅଙ୍ଗନୱାଡି କର୍ମୀ ବଲ୍ଲଭି ବନଛୋର, ସୁଷମା ସାହୁ, ସୋନପୂରର ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ସଞ୍ଜୀବ ବାଗ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ କୁରନ୍ କୁମାର ପୁଟେଲ୍ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନନ୍ଦିଘୋଷ ବାରିକ,ଲିପି ପ୍ରଧାନ,ସୁଶୀଲ ସାହୁ,ଲକି ସାହୁ, ସୁରଭି ଭୋଇ, କର୍ମଚାରୀ ମିନିକେତନ ଦାସ , ସୁରଜ୍ ଖମାରୀ, କିଶୋର ପୁଟେଲ୍, ସମୀର କଠାର,ବିଭୀଷଣ ଖମାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..
