August 18, 2026
Home » ପାରାଦୀପ ଫସଫେଟ୍ସ ଲିମିଟେଡ୍ (ପିପିଏଲ୍) ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ପାରାଦୀପ ଫସଫେଟ୍ସ ଲିମିଟେଡ୍ (ପିପିଏଲ୍) ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

0
WhatsApp Image 2026-08-17 at 5.07.05 PM

ପାରାଦୀପ,  : ପାରାଦୀପ ଫସଫେଟ୍ସ ଲିମିଟେଡ୍ (ପିପିଏଲ୍) ପକ୍ଷରୁ ପିପିଏଲ ଟାଉନସିପ୍‌ର ନବରତ୍ନ ଗ୍ରାଉଣ୍ଡରେ ଭାରତର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ସହିତ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଏବଂ ଡିଏଭି ସ୍କୁଲ ର ଶିକ୍ଷକ, ଛାତ୍ରଛାତ୍ରୀମାନେ ଏକାଠି ହୋଇ ଜାତୀୟ ପତାକା କୁ ସମ୍ମାନ ଜଣାଇଥିଲେ। ମୁଖ୍ୟ ଅତିଥି ଭାବେ ପିପିଏଲ୍‌ର ମୁଖ୍ୟ ଉତ୍ପାଦନ ଅଧିକାରୀ ତଥା ୟୁନିଟ୍ ହେଡ୍ ଏସ୍. ଗିରିଶ୍ ଙ୍କ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧୀନତା ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।କମ୍ପାନୀ ମାନବ ସମ୍ବଳ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ସୁମିତ୍ ସେନାପତି, ଅର୍ଥ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରଶାନ୍ତ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ ପିପିଏଲ୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀଷା ପ୍ରୃଷ୍ଟିଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *