ଭାରତୀୟ ମଜଦୂର ସଂଘ କନ୍ଧମାଳ ପକ୍ଷରୁ ବିଶାଳ ଶ୍ରମିକ ସମାବେଶ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ।
ଭାରତୀୟ ମଜଦୂର ସଂଘ କନ୍ଧମାଳ ପକ୍ଷରୁ ପ୍ରକଳ୍ପ କର୍ମଚାରୀ ଓ ଅସଂଗଠିତ ଶ୍ରମିକ ମାନଙ୍କ ବହୁ ଦିନର ଦାବୀର ସମାଧାନ ପାଇଁ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ନେତୣରେତ୍ବରେ ଫୁଲବାଣୀ ଠାରେ ବିଶାଳ ସମାବେଶ ଅନୁଷ୍ଠିତ ହେଇଯାଇଛି। ଭାରତୀୟ ମଜଦୁର ସଂଘ (BMS)ର କେନ୍ଦ୍ରୀୟ କାର୍ଯ୍ୟ ସମିତି ନିଷ୍ପତ୍ତି ଅନୁସାରେ ସଂଗଠିତ ଓ ଅସଂଗଠିତ ଶ୍ରମିକ ଓ ପ୍ରକଳ୍ପ କର୍ମଚାରୀମାନଙ୍କର ଦୀର୍ଘଦିନର ଦାବୀ ପୂରଣ ହେଉ ନଥିବାରୁ ଦେଶ ବ୍ୟାପି ଆନ୍ଦୋଳନ କରି ସରକାରଙ୍କ ଦୃଷ୍ଟିଗୋଚର କରାଯାଇଛି। ଫୁଲବାଣୀ ଠାରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ କୁଶଳ ଚନ୍ଦ୍ର ନାୟକଙ୍କ ଜରିଆରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରମମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 11ଦଫା ଦାବିପତ୍ର ପ୍ରଦାନ କରାଯାଇଛି।ମୁଖ୍ୟ ଦାବିଗୁଡିକ ମଧ୍ୟରେ ଅଙ୍ଗନୱାଡି କର୍ମୀ,ସହାୟିକା ଓ ଆଶାକର୍ମୀ ମାନଙ୍କୁ କର୍ମଚାରୀ ମାନ୍ୟତା ପ୍ରଦାନ। ଅତ୍ୟୁଚ ଦରଦାମ ବୣଦ୍ଧି ସମୟରେ ସମ୍ମାନ ଜନକ ବେତନ ପ୍ରଦାନ କରିବା ଓ ଅବସର କାଳୀନ ଗ୍ରାଚ୍ୟୁଇଟି ଦଶ ଲକ୍ଷ ଟଙ୍କା , କାର୍ଯ୍ୟ କରୁଥିବା ସମୟରେ ମୣତ୍ୟୁ ହେଲେ ଦଶ ଲକ୍ଷ ଟଙ୍କା ପ୍ରଦାନ ସହ ପରିବାରର ଜଣକୁ ଚାକିରୀ, ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପ୍ରମୋସନ ପାଇଁ ଦାବୀ କରାଯାଇଛି।ଆଶାକର୍ମୀ ମାନଙ୍କୁ ପ୍ରସୂତି କାଳୀନ ଛୁଟି ସହିତ ପୂର୍ଣ ମାନଦେୟ ନିୟମିତ ପ୍ରଦାନ କରିବା ଆବଶ୍ୟକ।ଗତ ନିର୍ବାଚନରେ ଦିଆ ଯାଇଥିବା ପ୍ରତିଶୃତି ମୁତାବକ ଅଙ୍ଗନୱାଡି, ସହାୟିକା ଓ ଆଶାକର୍ମୀଙ୍କ ମାନଦେୟ ବୣଦ୍ଧି,ଚୁକ୍ତିଭିତ୍ତିକ/ଠିକା କର୍ମଚାରୀ ପ୍ରଥା ଉଛେଦ କରାଯାଉ। ଦରମାର ଅତ୍ୟୁଚ ତାରତମ୍ୟ ହଟାଇ ସମସ୍ତ କର୍ମଚାରୀଙ୍କ ପାଇଁ “ସମାନ କାମ ପାଇଁ ସମାନ ଦରମା” ଲାଗୁ କରାଯିବା ଦାବୀପତ୍ରରେ ଉଲେଖ ରହିଛି। ବଜାର ଦରକୁ ଦେଖି ସର୍ବନିମ୍ନ ମଜୁରୀ ଟ.୩୦,୦୦୦/- କୁ ବୃଦ୍ଧି,EPS – 95 ଅନ୍ତର୍ଭୁକ୍ତ ନ୍ୟୁନତମ ପେନସନକୁ ₹୭,୫୦୦ କୁ ବୃଦ୍ଧି, ମହଙ୍ଗା ଭତ୍ତା (VDA) ଯୋଡ଼ିବା ଏବଂ ‘ଆୟୁଷ୍ମାନ ଭାରତ ଯୋଜନା’ରେ ସାମିଲ କରିବାକୁ ଦାବି କରାଯାଇଛି।EPF, ESIC ଏବଂ ବୋନସ ସୀମାକୁ ଦ୍ୱିଗୁଣିତ କରିବା,ପୁରୁଣା ପେନସନ ପୁନଃ ପ୍ରଚଳନ କରିବା,ଗ୍ରାଚ୍ୟୁଇଟି ଗଣନାକୁ ୧୫ ଦିନର ବଦଳରେ ୩୦ ଦିନ କରିବା, ଲାଗୁ ହେବାକୁ ଥିବା ନୂତନ ଶ୍ରମ ସଂହିତାରେ ଶ୍ରମିକ-ବିରୋଧୀ ନିୟମଗୁଡ଼ିକୁ ଆବଶ୍ୟକୀୟ ସଂଶୋଧନ କରିବା,
ଓଡିଶାର ବିଭିନ୍ନ ଅନୁଷ୍ଠାନ, ଉଦ୍ୟୋଗରେ ବେଆଇନି ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବୀ କରାଯାଇଛି। ଏହି ଆନ୍ଦୋଳନରେ ବିଏମ ଏସର ଗୋପାଳ ବେହେରା, କାହ୍ନୁ ଚରଣ ବେହେରା, ପ୍ରମୋଦ ସାହୁ
ଓ ଅଙ୍ଗନବାଡି ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ, ପ୍ରଭାସିନୀ ସାହୁ,କୁମୁଦିନି ନାୟକ, ସଞୁକ୍ତା ଜେନା, ସରସ୍ଵତୀ ସାହୁ, ପ୍ରଭାତୀ ପ୍ରଧାନ, ରଶ୍ମି ରଞିତା ନାୟକ ନମିତା ବେହେରା, ମାଳାସିନା ନାୟକ,ଆରତୀ ବେହେରା, ବିଷ୍ନୁପ୍ରିୟା ପଟନାୟକ, ବିନୋଦିନି ମହାନନ୍ଦ, ସୁଜାତା ଦାସ,ଆଶାକର୍ମୀ ସଭାନେତ୍ରୀ ଅମ୍ବିକା ବେହେରା ରୁବିତା ପ୍ରାଧନ କବିତା ନାୟକ ଓ ସହ ଜିଲାର ସମସ୍ତ ଅଙ୍ଗନବାଡି କର୍ମୀ, ସହାୟିକା, ଆଶାକର୍ମୀ, ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଆନ୍ଦୋଳନରେ ଞଯୋଗଦେଇ ଥିଲେ।
