ଅନ୍ତର୍ନିବେଶି ଶିକ୍ଷା ଓ ତାର କକ୍ଷ ପରିଚାଳନା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର —ଅନ୍ତର୍ନିବେଶି ଶିକ୍ଷା ଓ ତାର କକ୍ଷ ପରିଚାଳନା ଶିବିର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସମଲେଇଛୁଅଁ ଶ୍ରେଣୀ କକ୍ଷରେ ଟାଟା ପାୱାର ପଶ୍ଚିମ ଓଡ଼ିଶା ବିଦ୍ୟୁତ ବିତରଣ ସେବା ସହଯୋଗ ଓ ରେଆର ସୁବର୍ଣପୁର ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି l ଭିନ୍ନକ୍ଷମ ଶିଶୁ ମାନଙ୍କ ଦ୍ଵି ଦ୍ଵିବସୀୟ ଅନ୍ତର୍ନିବେଶି ଶିକ୍ଷା ଓ ତାର କକ୍ଷ ପରିଚାଲନା ଶିବିର ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକ ସମ୍ବଳ ଶିକ୍ଷକ ଏଵଂ ଅନ୍ତର୍ନି ବେଶି ଶିକ୍ଷା ସ୍ୱେଚ୍ଛାସେବୀ ଙ୍କ ଉପସ୍ଥିତିରେ ଅନ୍ତର୍ନିବେଶି ଶିକ୍ଷା ଓ ତାର କକ୍ଷ ପରିଚାଲନା ବିଷୟରେ ପ୍ରଥମ ଦିନ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଞ୍ଜ।ଳୁ ମିର୍ଦ୍ଧା ସମ୍ମାନୀତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ସମଲାଇଚୁଆ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ କର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମନଗଡୁ ଜୁଆଡି ସଂଯୋଜନା କରି ପ୍ରକଲ୍ପ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଉପସ୍ଥାପନା କରିଥିବାବେଳେ ରେଆର ର ସାଧାରଣ ସମ୍ପ।ଦକ ତଥା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ଅନଙ୍ଗ ନେଗି ଅନୁଷ୍ଠାନ ର ଆଭିମୁଖ୍ୟ ସହିତ ପରିଚାଳିତ ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋକପାତ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ଡୁଙ୍ଗୁରିପାଲି ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥଲେ l ସମସ୍ତଙ୍କୁ ଶିକ୍ଷା ଦେବାପାଇଁ ସାଧନ କର୍ମୀ ତଥା ଅନୁଷ୍ଠାନ ର ସହ ପ୍ରତିଷ୍ଠାତା ଶ୍ରୀ ଅମ୍ବୁଜ ବିହାରୀ ଶତପଥୀ ଅନ୍ତାର୍ନିବେଶି ଶିକ୍ଷା ଓ କକ୍ଷ ପରିଚାଲନା ବିଷୟରେ ଆଲୋକପାତ କରିଥିବାବେଳେ ସାଧନ କର୍ମୀ ଶ୍ରୀ ମନୋଜ କୁମାର ସାହୁ ଭିନ୍ନକ୍ଷମ ମାନଙ୍କ ପ୍ରାକ୍ ଚିହ୍ନଟି କରଣ,ପ୍ରକାର,କାରଣ, ଲକ୍ଷଣ ଚିକିତ୍ସା ସହିତ ସରକାରୀ ସୁବିଧା ସୁଯୋଗ ବିସୟରେ ଶିକ୍ଷା ଦେଇଥିଲେ। ଶେଷରେ ଶ୍ରୀ ର।ଜିନ୍ଦ୍ର ପୁଟେଲ୍ ସି ବି ଆର୍ କର୍ମୀ ସମସ୍ତ ଅତିଥି ଓ ଅଂଶଗ୍ରଣକାରୀମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀ ନବିନ ବଗର୍ତ୍ତୀ, ସମ୍ବିତ ନେଗି ରାଜେନ୍ଦ୍ର ସ।ଲମା ଓ ସଞ୍ଜୀବ ବାଘ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
