ବୌଦ୍ଧରେ ଜିଲ୍ଲାସ୍ତରୀୟ HIV/AIDS ସଚେତନତା କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ HIV/AIDS ଏବଂ STI/RTI ସଚେତନତା କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ସଠିକ୍ ଜ୍ଞାନ ଓ ସଚେତନତା ସୃଷ୍ଟି କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ. ନାରାୟଣ ପଶାୟତ, ADPHO (TB) cum DNO, HIV/STI ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଡ଼ଃ. ଯୋଗ୍ୟତା ରାଣୀ କହଁର, M/O ICTC & DSRC, DHH, ଶ୍ରୀମତୀ ପ୍ରଜ୍ଞା ପରମିତା ରଥ, ଅଧ୍ୟକ୍ଷା, ANMTC, ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ନବ କିଶୋର ଦୀପ, ପ୍ରମୋଦ କୁମାର ମହାରଣା, Counsellor, DSRC cum DIS, DHH, ବନୋଜ୍ କୁମାର ପ୍ରଧାନ, Counsellor, ICTC, DHH ଏବଂ ଶ୍ରୀମତୀ ଗୀତାଞ୍ଜଳି ସାହୁ, Counsellor, ICTC, DHH ସମେତ ଜିଲ୍ଲାର ସମସ୍ତ JRC କାଉନସେଲର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗିତାକୁ ସହଯୋଗ କରିଥିଲେ।

ଜିଲ୍ଲାର ସର୍ବମୋଟ ୧୫ଟି ବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଲିଖିତ ପରୀକ୍ଷା ଓ ଏଲିମିନେସନ୍ ରାଉଣ୍ଡ ପରେ ସରକାରୀ ଉଚ୍ଚ ବିଦ୍ୟାଳୟ, ରାମଗଡ଼ ପ୍ରଥମ ସ୍ଥାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମଣିପୁର ଦ୍ୱିତୀୟ ସ୍ଥାନ ଏବଂ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ରାମଗଡ଼ର ଛାତ୍ର ଶ୍ରୀନିବାସ ନାୟକ ଓ ନିଶିକାନ୍ତ ପ୍ରଧାନ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ। ଏହି ଦଳର JRC Counsellor ଗିରିଜା ଶଙ୍କର ବାଘ ଦାୟିତ୍ୱ ନିର୍ବାହ କରିଥିଲେ।
କାର୍ଯ୍ୟକ୍ରମର ଶେଷରେ HIV/AIDS Counsellor, ICTC, DHH, Boudh ବନୋଜ୍ କୁମାର ପ୍ରଧାନ ସମସ୍ତ ଅତିଥି, ଶିକ୍ଷକ, JRC Counsellor ଓ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହିତ HIV/AIDS ସମ୍ପର୍କରେ ଜିଲ୍ଲାରେ ଅଧିକରୁ ଅଧିକ ଜନସାଧାରଣଙ୍କୁ ସଚେତନ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ସଠିକ୍ ତଥ୍ୟ ଓ ସଚେତନତା ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଜ୍ଞାନବୃଦ୍ଧି ସହ ଏ ସମ୍ପର୍କିତ ଭ୍ରାନ୍ତ ଧାରଣା ଦୂର କରିବା ଏବଂ ସମାଜରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
