August 20, 2026
Home » ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀସ୍ତରୀୟ ସମୀକ୍ଷା ବୈଠକ

ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀସ୍ତରୀୟ ସମୀକ୍ଷା ବୈଠକ

0
WhatsApp Image 2026-08-20 at 4.25.22 PM

ଭୁବନେଶ୍ୱର:ଜଳ ସମ୍ପଦ କ୍ଷେତ୍ରରେ ଚାଲୁଥିବା ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବଜେଟର ଫଳପ୍ରଦ ବିନିଯୋଗ ଓ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇ ଜଳ ସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟାନ୍ୱୟନରେ ଥିବା, ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟ ସମେତ ପୁଞ୍ଜି ବ୍ୟୟ, ପ୍ରମୁଖ ଜଳସେଚନ, ନିଷ୍କାସନ, ଡ୍ୟାମ୍‌, ବ୍ୟାରେଜ୍‌ ଓ କେନାଲ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ସହ ବ୍ୟୟର ନିୟମିତ ନିରୀକ୍ଷଣ କରିବାକୁ ନିୟନ୍ତ୍ରଣକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଟେଣ୍ଡର ଚୂଡ଼ାନ୍ତକରଣ ଓ କାର୍ଯ୍ୟାଦେଶ ପ୍ରଦାନ, ବିଚାରାଧୀନ ଅନୁମୋଦନ ଓ ଇଏଫସି ପ୍ରସ୍ତାବର ଶୀଘ୍ର ନିଷ୍ପତ୍ତି, ବାସ୍ତବସମ୍ମତ ବ୍ୟୟ ଆକଳନ ଏବଂ ଆର୍ଥିକ ବର୍ଷ ମଧ୍ୟରେ ବଜେଟର ପ୍ରଭାବଶାଳୀ ବିନିଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ବିଭାଗୀୟ ବ୍ୟୟ କେବଳ ଆର୍ଥିକ ଲକ୍ଷ୍ୟ ପୂରଣରେ ସୀମିତ ନରହି ଫଳାଫଳମୁଖୀ ହେବା ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଚାଲୁ ପ୍ରକଳ୍ପଗୁଡ଼ିକର ସମୟୋଚିତ ସମାପ୍ତି, ଜଳସେଚନ ସମ୍ଭାବନା ସୃଷ୍ଟି, ଜଳ ସମ୍ପଦ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ପ୍ରକଳ୍ପର ଉଦ୍ଦିଷ୍ଟ ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରାଥମିକତା ଦେବାକୁ କୁହାଯାଇଥିଲା। ଉପଲବ୍ଧ ଆର୍ଥିକ ସମ୍ବଳର ସର୍ବୋତ୍ତମ ଓ ଉତ୍ପାଦନଶୀଳ ବିନିଯୋଗ ପାଇଁ ସମନ୍ୱିତ ପ୍ରୟାସ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।
ବୈଠକରେ ପିଏମ୍‌ ଗତି ଶକ୍ତି ପୋର୍ଟାଲ ଉପରେ ଏକ ଉପସ୍ଥାପନା ଦିଆଯାଇଥିଲା।

ଏହାପରେ ଜଳକର ଆଦାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବମିଷ ପୋର୍ଟାଲର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା। ପିଏମ୍‌ ଗତି ଶକ୍ତି ପ୍ଲାଟଫର୍ମର ପ୍ରଭାବଶାଳୀ ବ୍ୟବହାର, ଜଳକର ଆଦାୟ ବୃଦ୍ଧି ଏବଂ ବମିଷ ପୋର୍ଟାଲର ଅଧିକ ଉନ୍ନତି ମାଧ୍ୟମରେ ବିଭାଗୀୟ କାର୍ଯ୍ୟର ଉତ୍ତମ ନିରୀକ୍ଷଣ ଓ ପରିଚାଳନା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏଥିସହ ଜାତୀୟ ଜଳ ପୁରସ୍କାର ପାଇଁ ଓଡ଼ିଶାର ନାମାଙ୍କନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଦିଲୀପ କୁମାର ରାଉତ, ପୁନଃସ୍ଥାପନ ଏବଂ ପୁନର୍ବାସ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ବେହେରାଙ୍କ ସମସ୍ତ ବରିଷ୍ଠ ଅଧିକାରୀ , ମୁଖ୍ୟ ଯନ୍ତ୍ରୀ ବୃନ୍ଦ, ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed