August 22, 2026
Home » ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ

0
WhatsApp Image 2026-08-21 at 5.37.06 PM (1)

 

ସୁବର୍ଣ୍ଣପୁର :ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ମାର୍ଗ ଦର୍ଶକ। ସେମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରିବା ହିଁ ବରିଷ୍ଠ ନାଗରିକ ଦିବସ ପାଳନ ର ମୂଳଲକ୍ଷ୍ୟ ବୋଲି ଶୁକ୍ରବାର ବୀରମହାରାଜପୁର କାର୍ଯ୍ୟାଳୟ ରେ ଅନୁଷ୍ଠିତ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅତିଥି ମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୟାନିଧି ହୋତା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ପୂର୍ବତନ ସଭାପତି ଡ଼. ପ୍ରଫୁଲ୍ଲ ରଥ ମଞ୍ଚାସୀନ ହୋଇ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାଢ଼ୀ,ଧନୁ ପ୍ରଧାନ ଓ ଭୀମସେନ ପାଣିଗ୍ରାହୀ ଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ପୋଲିସ୍ ପ୍ରଶାସନ ତରଫରୁ ୩୦ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା।ଏଥିରେ ବୀରମହାରାଜପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁଙ୍କ ସମେତ ଆରକ୍ଷୀ ବାହିନୀ ସହଯୋଗ କରିଥିଲେ। ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ନାୟକଙ୍କ ଦ୍ବାରା ଅନୁଷ୍ଠାନ କୁ ପ୍ରଦତ୍ତ ଏଆର୍ କଣ୍ଡିସନର୍ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ରାମଚନ୍ଦ୍ର ଶତପଥୀ ଙ୍କ ରଚିତ ମୋ ବନ୍ଦୀ ଜୀବନ ପୁସ୍ତକ କୁ ତାଙ୍କ ପୁତ୍ର ପ୍ରଶାନ୍ତ ଶତପଥୀ ଅତିଥି ମାନଙ୍କୁ ପ୍ରଦାନ କରିଥିଲେ।ସଂପାଦକ ଡ଼. ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ନିମାଇଁ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାସୁଦେବ ପଣ୍ଡା,ଚମରା ମହାକୁର,ସୁରୁ ସାହୁ, ଶ୍ୟାମସୁନ୍ଦର ସେଠି, ଅକ୍ଷୟ ମିଶ୍ର, ରାଧେଶ୍ୟାମ ପୁରୋହିତ, ଜୀତେନ୍ଦ୍ର ପ୍ରଧାନ, ବଳରାମ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ। ସଭାରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *