September 13, 2026
Home » ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ୍ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ୍ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

0
WhatsApp Image 2026-08-20 at 5.42.10 PM (1)

ପୁରୀ ବେଳା ଭୁମିରେ କେହି ଜୀବିକା ହରାଇବେ ନାହିଁ – ପ୍ରଭାତୀ

ପୁରୀ – ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ତରଫରୁ ବିଶ୍ୱ ଫଟୋ ଗ୍ରାଫି ଦିବସ ମହା ସାରୋହରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ଏକ ସଚେତନତା ରାଲି ପୁରୀ ସମୁଦ୍ର କୂଳ ଠାରେ ସକାଳେ ଅନୁଷ୍ଠିତ ହୋଇ ଥିଲା ଏହି ରାଲି କୁ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ସମୁଦ୍ର କୂଳ ଥାନା ଅଧିକାରୀ ଶ୍ରୀଯୁକ୍ତ ମାନସ ଚକ୍ରା ଉଦଘାଟନ କରିଥିଲେ। ରାଲି ଦିଗବାରେଣୀ ଖୁଣ୍ଟି ଠାରୁ ଆରମ୍ଭ ହୋଇ ହଂଶ କୋକୋ ପାମ ପାଖରେ ଶେଷ ହୋଇ ଥିଲା।
ସନ୍ଧ୍ୟାରେ ପୁରୀ ପୌରସଦନ ଠାରେ ଏକ ସୋତନ୍ତ୍ର ଉତ୍ସବ ପାଳିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଉପମୁଖ୍ମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ପୁରୀ ସମୁଦ୍ର କୂଳରେ କେହି ଯେପରି ନିଜର ଜୀବନ ଜୀବିକା ନ ହରେଇବେ ସେଥିପାଇଁ ଦୃଷ୍ଟି ଦେଇ ପୁରୀ ବେଳାଭୂମିର ଉନ୍ନତି କରଣ କରାଯିବ ବୋଲି କହି ଥିଲେ ଏହା ସହିତ ଫଟୋ ଗ୍ରାଫର ମାନଙ୍କ ପାଇଁ ଯେମିତି ଖୁବ୍ ପରିଚୟ ପତ୍ର ପ୍ରଦାନ କରାଯିବ ଆଗାମୀ ସାତ ଦିନ ଭିତରେ ଏଥି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟ ତମ ସମ୍ମାନିତ ଅତିଥି ଭାବରେ ମାନ୍ୟବର ସାଂସଦ ପୁରୀ ଶ୍ରୀଯୁକ୍ତ ସମ୍ବିତ୍ ପାତ୍ର,ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାକ ଯୋଗ ଦେଇ ଫଟୋ ଗ୍ରାଫି ଓ ପର୍ଯ୍ୟଟନ ଅଙ୍ଗା ଅଙ୍ଗି ଭାବରେ ଜଡ଼ିତ ଓ ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ୍ ଏକ ଶୃଙ୍ଖଲଳିତ ସଂଘ ବୋଲି କହିଥିଲେ।ଅନ୍ୟ ତମ ଅତିଥି ଭାବରେ ଯୋଗ ଦେଇ ପୁରୀ ବିଚ୍ ଫଟୋ ଗ୍ରାଫର ମହାସଂଘ ପରାମର୍ଶ ଦାତା ଶ୍ରୀ ସିଦ୍ଧାର୍ଥ ରାୟ ଓ ଆଡଭୋକେଟ୍ ଶ୍ରୀକାନ୍ତ ପରିଜା ମହାସଂଘ୍ର ବିଭିନ୍ନ ଦାବି ସମ୍ପର୍କରେ ସୂଚନା ଦେଇ ଥିଲେ। ସୋତନ୍ତ୍ର ଅତିଥି ଭାବରେ ଓଡ଼ିଶା ଫଟୋ ଗ୍ରାଫର ସଂଘର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ମହାନ୍ତି ଓ ଉପ ସଭାପତି ଦେବେନ୍ଦ୍ର କୁମାର ନନ୍ଦ ,ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ,ଶ୍ରୀଯୁକ୍ତ ଦିଗ୍ଦର୍ଶନ ପଟ୍ଟନାୟକ,ଶ୍ରୀଯୁକ୍ତ ଉମାକାନ୍ତ ନାୟକ , ଶ୍ରୀଯୁକ୍ତ ସମ୍ବିତ୍ ରାୟ ପ୍ରଭୃତି ମଞ୍ଚାସିନ ଥିଲେ।ଅନୁଷ୍ଠାନ ସଭାପତି ରଞ୍ଜନ କୁମାର ଦାସ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ମହାସଂଘ୍ ସମ୍ପାଦକ ଶ୍ରୀ ଶିଙ୍ଗିଲି ଶିବା ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅବସରରେ ଆଗାମୀ ଦିନରେ ରାଜଧାନୀରେ ହେବାକୁ ଥିବା ଫଟୋ ଫେୟାର ର ପୋଷ୍ଟର କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।ଶେଷରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ।କାର୍ଯ୍ୟକ୍ରମ କୁ ଅନୁଷ୍ଠାନ କୋଷାଧକ୍ଷ ମାର୍କଣ୍ଡ ମିଶ୍ର,ଉପସଭାପତି ଶ୍ରୀଧର ପଣ୍ଡା,ସହ ସମ୍ପାଦକ ବି ଲୋକନାଥ ବେହେରାକୋଷାଧକ୍ଷ ପ୍ରଭାତ ସେଠି,କାର୍ଯ୍ୟ ନିରୀକ୍ଷକ ଜି ମୋହନ ପ୍ରଭୃତି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *