August 22, 2026
Home » ଅନ୍ତେବାସୀ ଛାତ୍ରୀ ଗୁରୁତର

ଅନ୍ତେବାସୀ ଛାତ୍ରୀ ଗୁରୁତର

0
WhatsApp Image 2026-08-22 at 12.51.52 PM

ଶଙ୍କରାଖୋଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରୀ ଅପେରେସନ ଜନୀତ ଚିକିତ୍ସାଧିନ । ଫୁଲବାଣୀ ଇ ପି ଏ – କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ, ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ଶଙ୍କରାଖୋଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀ ୭ମ ଶ୍ରେଣୀ ଛାତ୍ରୀ ବିଦ୍ୟୁତ ପ୍ରଭା ଦିଗାଲ କେମିତି ଅବସ୍ଥାରେ କେତେ ଉପରୁ ପଡ଼ିଗଲା, କ’ଣ କରୁଥିଲା, ସନ୍ଧ୍ୟା ବେଳେ ଘଟଣା କେମିତି ଘଟିଲା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ଏପରି ଅଭାବନୀୟ ଘଟଣା ଘଟିଯାଇଛି, ଛାତ୍ରୀ ର ଅବସ୍ଥା କେମିତି ହେଲା ସାଙ୍ଗେ ସାଙ୍ଗେ ନିକଟସ୍ଥ ଗୁମାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ରୋଗୀ ର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତୁରନ୍ତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତୁରନ୍ତ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କଲେଜ ଓ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇ ସର୍ଜରୀ ଉୱଡ ର ବେଡ଼ ନ-୪୮୯ ରେ ଦିନ ହେଲା ପରେ ଅପରେସନ ହୋଇ ଆୟୁଷୁ ରେ ଏବେ ବେଡ଼ରେ,ଅଧିକା ଚିକିତ୍ସା ପାଇଁ ଦୁଇ ବର୍ଷ ର ଲୋକଙ୍କ ସରକାର, ଡବଲ ଇଞ୍ଜିନ ସରକାର, ବିଜେପି ପ୍ରିୟ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଅନ୍ତେବାସୀ ୭ମ ଶ୍ରେଣୀ ଛାତ୍ରୀ ର ଅଧିକା ଚିକିତ୍ସା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି,ତତସଙ୍ଗେ ସଙ୍ଗେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଜଣେ ହୃଦୟବାନ ଜିଲ୍ଲାପାଳ ଅନ୍ତେବାସୀ ୭ମ ଶ୍ରେଣୀ ଛାତ୍ରୀ ଅପେରେସନ ଜନୀତ ଚିକିତ୍ସାଧିନ ରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଓ ଛାତ୍ରୀ ପ୍ରତି କ’ଣ ସାହାର୍ଯ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ସାଧାରଣ ରେ ବାକି ରହିଲା।

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *