August 25, 2026
Home » ଧର୍ମଗଡ ସହରରେ ଖୁଲମ୍ ଖୁଲ୍ଲା ଚାଲିଛି ଚୋରା ଦେଶୀ ମଦ ପାଉଚ୍ କାରବାର

ଧର୍ମଗଡ ସହରରେ ଖୁଲମ୍ ଖୁଲ୍ଲା ଚାଲିଛି ଚୋରା ଦେଶୀ ମଦ ପାଉଚ୍ କାରବାର

0
WhatsApp Image 2026-08-24 at 6.26.27 PM

 

ଅବକାରୀ ବିଭାଗ ନୀରବ ଦ୍ରଷ୍ଟା….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଓ ଆଖ ପାଖ ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀ ମଦ ପାଉଚ୍ କାରବାର ବଢିବାରେ ଲାଗିଛି ।ବିଶେଷ କରି ସହର ଭିତରେ ଏହି କାରବାର ବୃଦ୍ଧି ପାଇବା ଯୋଗୁ ଗରିବ ଶ୍ରେଣୀର ଲୋକ ଆର୍ଥିକ ଅନାଟନ ଭୋଗିଲେଣି, ଏହାକୁ ରୋକିବାକୁ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ଅସଫଳ।ସହରର ଗଳି କନ୍ଧି, ମୁଖ୍ୟ ରାସ୍ତା କଡ଼ରେ ଖୋଲା ଖୋଲି ଭାବେ ବେଆଇନ ଚୋରା ମଦ କାରବାର ଏବେ ଚିନ୍ତାର କାରଣ ପାଲଟିଛି।ଧର୍ମଗଡ଼ ତେନ୍ତୁଳିଆ ପଡ଼ା, ବସ୍ତିପଡା,ଗୋପାଳ ପଡ଼ା, ବସଷ୍ଟାଣ୍ଡ ଇଲାକା, କଲୋନୀ ପଡ଼ା, କାଶିବହାଲ,କେବିଡି ଇତ୍ୟାଦି ସ୍ଥାନରେ ଏହି ନିଶା କାରବାର ଚାଲିଛି। ବିଭିନ୍ନ ସାଇ ରେ ମାଳ ମାଳ ବେଆଇନ୍ ମଦ କୋଠି ଚାଲିଥିବା ବେଳେ ମଦୁଆ ଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି।ଧର୍ମଗଡ଼ ଅବକାରୀ କାର୍ଯ୍ୟାଳୟ ପାଖରେ ଥିବା ପୋଖରୀ ହୁଡ଼ାରେ ଚୋରା ମଦ କାରବାର ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଚାଲିଛି।ଏପରିକି ସହର ର ମୁଖ୍ୟ ରାସ୍ତାର ପାନ ଦୋକାନ ରେ ମଧ୍ୟ ଚୋରା ମଦର କାରବାର ଖୁଲମ୍ ଖୁଲ୍ଲା ଭାବେ ଚାଲିଥିଲେ ହେଁ,ଅବକାରୀ ବିଭାଗ ସବୁ ଜାଣି ସୁଦ୍ଧା ନୀରବ ଦ୍ରଷ୍ଟା ସାଜିଛି। ଧର୍ମଗଡ଼ ରେ ଥିବା ଏକ ମାତ୍ର ଖେଳ ପଡ଼ିଆ ରେ ସଂଧ୍ୟା ହେଲେ ମଦୁଆ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ପଡ଼ିଆକୁ ସକାଳୁ ଚାଲିବାକୁ ଆସୁଥିବା କ୍ରୀଡ଼ାବିତ୍, ଓ ମହିଳା ମାନଙ୍କୁ ଦେଶି ଖାଲି ପାଉଚ୍ ପ୍ୟାକେଟ୍ ଓ ଖାଲି ବିଦେଶୀ ମଦ ବୋତଲ ଦେଖିବାକୁ ମିଳୁଛି।ଅଞ୍ଚଳରେ ଏହି ମଦ କାରବାର ବୃଦ୍ଧି ଯୋଗୁ ଦିନ ମଜୁରିଆ ଓ ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଥିବା ଅଭିଯୋଗ ହେଉଛି।ଦେଶୀ ଚୋରା ମଦ କାରବାର । ମଦ ପାଇଁ ଅକାଳରେ ଜୀବନ ଯାଉଥିବା ଓ ବଢିବାରେ ଲାଗିଛି ବିଧବା ଓ ଅନାଥଙ୍କ ସଂଖ୍ୟା। ନିତି ଘଟୁଛି ଅସାମାଜିକ କାର୍ଯ୍ୟକଳାପ କିନ୍ତୁ ଦୃଷ୍ଟି ଦେଉନି ଅବକାରୀ ବିଭାଗ।
ଚୋରା ମଦ କାରବାର ଉପରେ ଲଗାମ୍ ଲଗାଇବା ପାଇଁ ଧର୍ମଗଡ଼ ସହରରେ ଥିବା ଅବକାରୀ ଵିଭାଗ ର ଥାନା ର ସ୍ଥିତି ମଧ୍ୟ ଠିକ୍ ନାହିଁ। ବର୍ଷ ବର୍ଷ ଧରି ଏକ ପରିତ୍ୟକ୍ତ ଭଳି ଗୃହରେ ଅବକାରୀ ବିଭାଗ ର କାର୍ଯ୍ୟଳୟ ଚାଲିଛି। ନିକଟରେ ଧର୍ମଗଡ଼ ସହରର ଜଗନ୍ନାଥ ପଡ଼ା ରୁ ବହୁ ପରିମାଣରେ ନକଲି ବିଦେଶୀ ମଦ ଧରା ପଡିଥିବା ବେଳେ ଏହା କାହା ଇଙ୍ଗିତ ରେ ଚାଲୁଥିଲା ତାହା ଜଣା ନ ପଡ଼ିବା ରହସ୍ୟ ଜନକ।ଅବକାରୀ ବିଭାଗ ଆଖି ଥାଇ ଅନ୍ଧ ହେଉଥିବାରୁ ଆଗକୁ ଆସୁଥିବା ପାର୍ବଣ ଋତୁରେ ଏହି ଚୋରା ଦେଶୀ ମଦ କାରବାର ଆହୁରି ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।ସହରରେ ଶୀଘ୍ର ଚୋରା ଦେଶୀ ମଦ କାରବାର ବନ୍ଦ କରିବାକୁ ଦାବି ଜୋର ଧରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *