ପାରାଦୀପ ଫସଫେଟସ ମଜଦୁର ୟୁନିୟନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ପାରାଦୀପ ଫସଫେଟସ୍ ମଜଦୂର ୟୁନିୟନ୍ର ସାଧାରଣ ପରିଷଦ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୌରହିତ୍ୟ କରିଥିଲେ ସଙ୍ଗଠନର ବରିଷ୍ଠ ଉପସଭାପତି ଅମୃତ ଦାସ । ଏହି ବୈଠକରେ ୟୁନିୟନର ସଭାପତି ତଥା ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅନ୍ୟତମ ଉପସଭାପତି ତଥା ପାରାଦୀପର ନଗରପାଳ ବସନ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ ପ୍ରଫୁଲ ଖଟୁଆ, ଅନନ୍ତ କୁମାର ଦାସ, ନୀଳକଣ୍ଠ ଦେ, ପତାପ ହଜାରୀ, ଅନୟ କୁମାର ସ୍ୱାଇଁ, ଗଜେନ୍ଦ୍ର ମହାପାତ୍ର, ଅର୍ନ୍ତଯ୍ୟାମୀ ମାର୍ଥୀ, ଦୂର୍ଗାଚରଣ ମଲ୍ଲିକ, ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ । ୟୁନିୟନର ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ୟୁନିୟନ ସବୁବେଳେ ଶ୍ରମିକମାନଙ୍କ ମୌଳିକ ସମସ୍ୟା ନେଇ ଲଢେଇ କରି ଆସିଛି । ଯାହା ଫଳରେ ପିପିଏଲ କତୃପକ୍ଷ ଶ୍ରମିକମାନଙ୍କ ଦୈନିକ ମଜୁରୀ ବୃଦ୍ଧି କରିବାକୁ ବାଧ୍ୟ ହୋଇଥିଲେ ବୋଲି ୟୁନିୟନ ପକ୍ଷରୁ ପ୍ରକାଶିତ ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି । ଏହି ବୈଠକରେ ୟୁନିୟନର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
prasanta dash nka report
