August 25, 2026
Home » ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ” ସ୍ଵୀକୃତି” ୨୦୨୬

ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ” ସ୍ଵୀକୃତି” ୨୦୨୬

0
WhatsApp Image 2026-08-25 at 12.08.28 PM (1)

 

ଗଣିଆ (ଇ ପି ଏ)ଗଣିଆରେ ଥିବା ଡ଼ ରାମଚନ୍ଦ୍ର ସାମନ୍ତରାୟ ବିଜ୍ଞାନ,କଳା ଏବଂ ପ୍ରଯୁକ୍ତି ବିଦ୍ୟା ଶିକ୍ଷାନୁଷ୍ଠାନ ପରିସରରେ ନୂତନ ଭାବେ ଯୋଗଦାନ କରିଥିବା ବିଦ୍ୟାର୍ଥୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ “ସ୍ବୀକୃତି” ଧୁମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିନୋଦିନୀ ପଣ୍ଡା, ମଣ୍ଡଳ ଶିକ୍ଷା ଅଧିକାରୀ ଗଣିଆ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ   ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା , ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ସମ୍ମାନିତ ଅତିଥି ପରିଚାଳନା କମିଟି ର ମୁଖ୍ୟ କବିଚନ୍ଦ୍ର ସାମନ୍ତରାୟ ,କଳିଙ୍ଗ ଗଣନାଟ୍ୟ ର ପ୍ରଛଦପଟ ଗାୟକ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।

ମହାବିଦ୍ୟାଳୟ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । “ପ୍ରକୃତ ଶିକ୍ଷା ସହିତ ଉତ୍ତମ ସଂସ୍କୃତି ପ୍ରଦାନ କରିବା “ସାମନ୍ତରାୟ ମହାବିଦ୍ୟାଳୟର ପ୍ରଥମ ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ ମାନେ ନିଜକୁ ସୁନ୍ଦର ଭାବେ ଗଢି ତୋଳିବାକୁ ହେଲେ ଶାଳୀନତା, ସଂଯମତା ରକ୍ଷାକରିବା ସହିତ ସମସ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦାନ କରିବା ଆବଶ୍ୟକ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।  ପରିଶେଷରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଜିତେନ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ ।
ନୟାଗଡ଼ ଜିଲ୍ଲାର ଗଣିଆ ରୁ ବ୍ରଜ କିଶୋର ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *