August 28, 2026
Home » ଅଗଷ୍ଟ ୨୯ରେ ପାଳିତ ହେବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ

ଅଗଷ୍ଟ ୨୯ରେ ପାଳିତ ହେବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ

0
WhatsApp Image 2026-08-27 at 8.10.24 PM (2)

କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ୧୮ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୯ ଅଗଷ୍ଟ ୨୦୨୬ରେ ବିଶ୍ୱବିଦ୍ୟାଳୟର ପରିସରରେ ପାଳନ ହେବକୁ ନେଇ ବିଶ୍ୱବିଦ୍ୟାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ଅଜିତ କୁମାର ଶାସନୀ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (NISER)ର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ ମୁଖ୍ୟ ଅତିଥି ଭାବେ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶ୍ରୀ ଗୋବର୍ଦ୍ଧନ ପାଣିକା ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ପ୍ରଫେସର (ଡ.) ଅଜିତ କୁମାର ଶାସନୀଙ୍କ ନେତୃତ୍ୱରେ ସିୟୁଓକୁ ଏକ ଉତ୍କୃଷ୍ଟ ଶିକ୍ଷାଗତ ଉତ୍କର୍ଷ, ଗବେଷଣା ଓ ନବସୃଜନର କେନ୍ଦ୍ର ଭାବେ ବିକଶିତ କରିବା ସହ ଅଞ୍ଚଳର ସମୃଦ୍ଧ ପ୍ରାକୃତିକ, ସାଂସ୍କୃତିକ ଓ ଆଦିବାସୀ ଐତିହ୍ୟ ସହ ଏହାର ସ୍ୱତନ୍ତ୍ର ସମ୍ପର୍କକୁ ଅକ୍ଷୁର୍ଣ୍ଣ ରଖି ଭବିଷ୍ୟତର ବିକାଶ ଯୋଜନାରେ ବିଜ୍ଞାନ ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା, ଉଦୀୟମାନ ଜ୍ଞାନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା, ସମସାମୟିକ ଆବଶ୍ୟକତା ଅନୁଯାୟୀ ଶିକ୍ଷା କାର୍ଯ୍ୟକ୍ରମର ସମ୍ପ୍ରସାରଣ, ଶିଳ୍ପ ଓ ବିଭିନ୍ନ ପ୍ରତିଷ୍ଠାନ ସହ ଅଧିକ ସୁଦୃଢ଼ ସମ୍ପର୍କ ସ୍ଥାପନ, ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିବା ନେଇ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାପଡ଼ିଛି।

ସି.ୟୁ.ଓ. ଏହାର ଅଷ୍ଟାଦଶ ବର୍ଷରେ ପାଦ ଥାପୁଥିବା ବେଳେ, ଏହି ପ୍ରତିଷ୍ଠା ଦିବସ ସମାରୋହ ଉଭୟ ଏହାର ସଫଳତାର ଗୌରବମୟ ସ୍ମରଣ ଏବଂ ଭବିଷ୍ୟତ ପ୍ରତି ଏକ ନୂତନ ଅଙ୍ଗୀକାରବଦ୍ଧତାକୁ ଚିହ୍ନିତ ପାଇଁ ବିଶ୍ୱବିଦ୍ୟାଳୟ ଶିକ୍ଷା, ଗବେଷଣା, ଉଦ୍ଭାବନ ଏବଂ ସମାଜ ସେବା କ୍ଷେତ୍ରରେ ଆଗକୁ ବଢ଼ିବା ସହ ଓଡ଼ିଶା ଏବଂ ଦେଶର ବିକାଶରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଆଶା ରଖିଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାପଡ଼ିଛି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *