ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ପୁରୋହିତଙ୍କ ଦାୟିତ୍ୱ ଗ୍ରହଣ
ପାରାଦୀପ: ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାବେ ୧୯୯୬ ବ୍ୟାଚ୍ର ଆଇଆରଏସଇଇ ଅଧିକାରୀ ସୁଶାନ୍ତ କୁମାର ପୁରୋହିତ ମଙ୍ଗଳବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭି.ଓ. ଚିଦାମ୍ବରମ୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଶ୍ରୀ ପୁରୋହିତ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବାକୁ କେନ୍ଦ୍ର ବନ୍ଦର,ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗ ପକ୍ଷରୁ ନିଯୁକ୍ତ ପ୍ରଦାନ କରାଯାଇଛି । ଭାରତୀୟ ରେଳ ବୈଦ୍ୟୁତି ଯନ୍ତ୍ରୀ (ଆଇଆରଏସଇଇ ) ଶ୍ରୀ ପୁରୋହିତ ପ୍ରଶାସକ, ଯନ୍ତ୍ରୀ ଓ ଭିତିଭୂମି ବିକାଶ କ୍ଷେତ୍ରରେ ବିପୁଳ ଅଭିଜ୍ଞତା ରହିଛି । ଏହା ପୂର୍ବରୁ ଶ୍ରୀ ପୁରୋହିତ ଭାରତ ସରକାରଙ୍କ କେମିକାଲ, ପେଟ୍ରୋକେମିକାଲ ବିଭାଗରେ ଯୁଗ୍ମ ସଚୀବ ଭାବେ କାର୍ଯ୍ୟ କରିବା ସହିତ ଭାରତୀୟ ରେଳବାଇ, ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି ଭଳି ବିଭିନ୍ନ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିଥିବା ଶ୍ରୀ ପୁରୋହିତଙ୍କ ନେତୃତ୍ୱରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ଦାୟିତ୍ୱ ସହିତ ଭି.ଓ. ଚିଦାମ୍ବରମ୍ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ପାରାଦୀପ ବନ୍ଦରକୁ ଅଧିକ ଶକ୍ତିଶାଳୀ କରିବା ସହିତ ଯୋଗାଯୋଗ ଭିିଭୂମିର ବିକାଶକୁ ଗୁରୁତ୍ୱ ଦେବେ । ପାରାଦୀପ ବନ୍ଦର ଶ୍ରୀ ପୁରୋହିତଙ୍କ ଅଭିଜ୍ଞତା, ଅନୁଭୂତିକୁ ପାଥେୟ କରି ଭାରତୀୟ ନୌବାଣିଜ୍ୟର ବିକାଶ ସହିତ ବିକଶିତ ଭାରତ କାର୍ଯ୍ୟକ୍ରମରେ ସହାୟକ ହେବ । ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଶାସନିକ ଭବନରେ ସିଆଇଏସଏଫ ପକ୍ଷରୁ ଗାଡ୍ ଅଫ ଅନର ପ୍ରଦାନ କରାଯାଇଥିଲା । ପାରାଦୀପ ବନ୍ଦର ପ୍ରଶାସନିକ ଭବନ ବୋର୍ଡ ରୁମ୍ ପରିସରରେ ବନ୍ଦର ଉପାଧ୍ୟକ୍ଷ ଟି.ଭେନୁ ଗୋପାଲ, ସଚୀବ ବାପି କ୍ରୀଷ୍ଣା ରାଜୁଙ୍କ ସମେତ ବିଭାଗୀୟ ମୁଖ୍ୟ ଏବଂ ଅଧିକାରୀମାନେ ଶ୍ରୀ ପୁରୋହିତଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
prasanta dash nka report
