September 3, 2026
Home »  ପିତୃପୁରୁଷ ପୂଜନ ସଂସ୍କୃତି ସଭ୍ୟତାର ପରିଚୟ

 ପିତୃପୁରୁଷ ପୂଜନ ସଂସ୍କୃତି ସଭ୍ୟତାର ପରିଚୟ

0
WhatsApp Image 2026-09-03 at 6.22.59 PM

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପ୍ରତି ବର୍ଷ ଭାଦ୍ରବ କୃଷ୍ଣ ପକ୍ଷ, ସପ୍ତମୀ ତିଥିରେ “ପିତୃତ୍ବ ଦିବସ”ପାଳନ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ବହୁମୁଖି ପ୍ରତିଭାସମ୍ପନ୍ନ ସଜ୍ଜନ ତଥା ଜଣେ ସୁଯୋଗ୍ୟ ପିତା ଡଃ ବୁଦ୍ଧଦେବ ମିଶ୍ରଙ୍କୁ ପ୍ରଥମ ପିତୃତ୍ବ ଦିବସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବରେ ଗଠିତ “ପିତୃତ୍ବ ଦିବସ ପାଳନ” ପରିଷଦରେ ଡଃ ପ୍ରଦୀପ କୁମାର ବିଶ୍ବାଳ ଉପ ସଭାପତି ଓ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ,ସାଧାରଣ ସମ୍ପାଦକ , ଯୁବ ସାମ୍ବାଦିକ ଚିରଞ୍ଜିବୀ ସେଠୀ ସାଙ୍ଗଠନିକ ସମ୍ପାଦକ ଏବଂ ଶ୍ରୀଯୁକ୍ତ ସନ୍ତୋଷ କୁମାର ଲେଙ୍କା ସମ୍ପାଦକ ଭାବରେ ସର୍ବସମ୍ମତ କ୍ରମେ ମନୋନୀତ ହୋଇଛନ୍ତି ।

ପ୍ରତିବର୍ଷ ଏହି ଉତ୍ସବରେ ରାଜ୍ୟର ପାଞ୍ଚ ଜଣ ସୁଯୋଗ୍ୟ ପିତାଙ୍କୁ ସମ୍ବର୍ଦ୍ଧିତ କରାଯିବ ଏବଂ ମାଧ୍ୟମିକ ବିଦ୍ୟାଳୟ ସ୍ତରର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ” ପିତା ଧର୍ମ, ପିତା ସ୍ବର୍ଗ, ପିତା ହିଁ ପରମ ତପ” ଶୀର୍ଷକରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇ ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାରରେ ପ୍ରୋତ୍ସାହିତ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୁର୍ଣ୍ଣାଙ୍ଗ ଉତ୍କଳ ନ୍ୟାସମଣ୍ଡଳୀର ସଭାପତି ସମ୍ମାନନୀୟ ସୀତା ବଲ୍ଲଭ ମହାପାତ୍ର, ପୁଷ୍ପ ରାଜ ପ୍ରଧାନ, ସାମ୍ବାଦିକ ମୁରଲୀଧର ମିଶ୍ର, ରଞ୍ଜନ କୁମାର ଖଟାଇ,ସ୍ମୃତି ରଞ୍ଜନ ପଟ୍ଟନାୟକ, ଅନୀଲ କୁମାର ରଣା , ମନୋଜ କୁମାର ଷଡଙ୍ଗୀ, ଅଜୟ କୁମାର ରଥ, ସୀତାଂଶୁ ମହାରଣା, ସ୍ବାଧୀନ କୁମାର ରଣା , ଡାକ୍ତର ସୂର୍ଯ୍ୟକାନ୍ତ ପଣ୍ଡା , ଅଭିଯାନର ସଂଯୋଜକ ନାରାୟଣ ଓଝା , ବାବୁଲା ଧଳ, ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।

 

Leave a Reply

Your email address will not be published. Required fields are marked *