September 6, 2026
Home » କୁମାର ସାହେବ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଦ୍ୱାଦଶତମ ଶ୍ରାଦ୍ଧ ଦିବସ ପାଳନ ଓ ରକ୍ତଦାନ ଶିବିର

କୁମାର ସାହେବ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଦ୍ୱାଦଶତମ ଶ୍ରାଦ୍ଧ ଦିବସ ପାଳନ ଓ ରକ୍ତଦାନ ଶିବିର

0
1001270688
ନୟାଗଡ ( ଇପିଏ ) ନୟାଗଡ ହେମେନ୍ଦ୍ର ସେନା ପକ୍ଷରୁ ନୟାଗଡର ଅତିପ୍ରିୟ ସ୍ଵର୍ଗତ କୁମାର ସାହେବ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଶ୍ରାଦ୍ଧବାର୍ଷିକୀ ତଥା ଗୁରୁଦିବସ ଅବସରରେ ତା୦୫.୦୯.୨୦୨୬ରିଖ (ଶନିବାର) ସକାଳ ୯ ଘଟିକା ସମୟରେ ସଂଗଠନର ସଭାପତି ଦିବ୍ୟ ରଞ୍ଜନ ସାହୁ, ସାଧାରଣ ସମ୍ପାଦକ ମଲ୍ଲିକ ମହମ୍ମଦ ମୁବାସିର, ସଂଯୋଜକ ଅନିଲ କୁମାର ସାହୁ , ଉପଦେଷ୍ଟା ନାସିର ଅହମ୍ମଦ, ମାଧବ ସାହୁ, ରାଜକିଶୋର ପୃଷ୍ଟି, ରଞ୍ଜନ ରଶ୍ମି ଜେନା ସମେତ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ନୟାଗଡ ଜନମାନସର ଅତିପ୍ରିୟ ରାଣୀ ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ଵାଇଁ, ନୟାଗଡ ଜିଲ୍ଲା ବିଜେପି ପ୍ରଭାରୀ ସୁରଥ ବିଶ୍ବାଳ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ରାଜକୁମାର ଅରଣ୍ୟରାଜ କିଶୋର ସିଂ, ରାଜକୁମାରୀ ଦକ୍ଷାଣୀ ମଞ୍ଜରୀ ସିଂଙ୍କ ଦ୍ଵାରା ରକ୍ତଦାନ ଶିବିର ପୁରୁଣା ରାଜବାଟୀ ଠାରେ ଉଦଘାଟନ କରିଥିଲେ
ଏବଂ ରାଜବାଟି ସ୍ଥିତ ହେମେନ୍ଦ୍ର ସିଂଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ ସଭାରେ ଯୋଗ ଦେଇ ସ୍ବର୍ଗତ ସିଂଙ୍କ ବ୍ୟକ୍ତିତ୍ବ ଉପରେ ନିଜର ବକ୍ତବ୍ୟ ରଖିଥିଲାବେଳେ, ନସିର ମହମ୍ମଦ ସ୍ଵାଗତ ଅଭିଭାଷଣ ଦେଇଥିବାବେଳେ, ରଞ୍ଜନ ରଶ୍ମୀ ଜେନା, ସୁଧାଂଶୁ ଶେଖର ଦାଶ ଦୁର୍ଯ୍ୟୋଧନ ପାଇକରାୟ,ହାସ୍ୟ କବି ରବୀନ୍ଦ୍ର ରାଉତ, ପାଗଳ ଭାଇ ପ୍ରମୁଖ ସ୍ମୃତି ଚାରଣ କରିଥିଲେ ।ସ୍ମୃତି ସଭାକୁ ପରିଚାଳନା କରିଥିଲେ ବିଶିଷ୍ଟ ସମାଜସେବୀ ନସିର ମହମ୍ମଦ। ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ନାୟକ, ଦିଲ୍ଲୀପ ପ୍ରଧାନ, ରମେଶ ପ୍ରଧାନ, ରବୀନ୍ଦ୍ର ରାଉତ, ସୌମ୍ୟ ରଞ୍ଜନ ପ୍ରଧାନ, ଗୋପାଳ ମହାପାତ୍ର, ମାଧବ ବେହେରା, ହରଷ ପଣ୍ଡା, ରାଜକିଶୋର ପ୍ରଧାନ, ବାପି ପଲେଇ, ରଜନୀକାନ୍ତ ନନ୍ଦ, ଦିଲ୍ଲୀପ ପ୍ରଧାନ,ବଳଭଦ୍ର ପାତ୍ର, ବିଷ୍ଣୁ ପ୍ରସାଦ ସାହୁ ସମେତ ନୟାଗଡ଼ର ତଥା ହେମେନ୍ଦ୍ର ସିଂଙ୍କୁ ଭଲ ପାଉଥିବା ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଯୋଗ ଦେଇଥିଲେ ।
ଏହି ରକ୍ତଦାନ ଶିବିରରେ ସର୍ବମୋଟ ୪୧ ୟୁନିଟ ରକ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ କର୍ମଚାରୀଙ୍କ ମାଧ୍ୟମରେ ସଂଗ୍ରହ କରାଯାଇଥିଲା। ରକ୍ତଦାନ ଶିବିର ପରେ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଯାଇଥିବା ରକ୍ତର ସଂକଟକୁ ଏଡ଼ାଇବା ନିମନ୍ତେ ସମସ୍ତ ନୟାଗଡ଼ିଆଙ୍କୁ ସଂଗଠନ ତରଫରୁ ପ୍ରେସ ବିଜ୍ଞପ୍ତି ଏବଂ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ରକ୍ତଦାତା, ମେଡିକାଲ ଟିମ , ସାମ୍ବାଦିକ ବନ୍ଧୁଗଣ ଓ ବୁଦ୍ଧିଜୀବୀ ତଥା ନୟାଗଡ଼ର ହେମେନ୍ଦ୍ର ପ୍ରେମୀଙ୍କୁ ସଂଗଠନ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *