September 6, 2026
Home » ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟକୁ ନେଇ ତେଜିଲା ଟଣାଓଟରା !

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟକୁ ନେଇ ତେଜିଲା ଟଣାଓଟରା !

0
WhatsApp Image 2026-09-06 at 4.24.32 PM

ପଞ୍ଚାୟତ ମୁଖ୍ୟାଳୟକୁ ଅଣଦେଖା କରିବା ପଛରେ କାହାର ସ୍ଵାର୍ଥ ?

ବରଗଡ଼ ଜିଲ୍ଲାର ଭେଡେନ ବ୍ଳକ୍ ଅନ୍ତର୍ଗତ ମାନପୁର ଗ୍ରାମପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ସ୍ଥାନ ନିରୂପଣ ନେଇ ଏବେ ରାଜନୈତିକ ଓ ସାମାଜିକ ଚର୍ଚ୍ଚା ତୀବ୍ର ହୋଇଛି । ଶନିବାର ,୫ ସେପ୍ଟେମ୍ବର ୨୦୨୬ଅପରାହ୍ନ ୨ଟା ସମୟରେ ମାନପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଏକ ଜରୁରୀ ବୈଠକ ବସିଥିବା ସୂଚନା ମିଳିଛି । ବୈଠକରେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ସୁବାସ ଚନ୍ଦ୍ର ହୋତା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସୁନୀତା ଦାଶ, ତହସିଲଦାର ସସ୍ମିତା ସ୍ବାଇଁ ଏବଂ ବ୍ଳକ୍ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିବା ଜଣାପଡ଼ିଛି । ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା – ପଞ୍ଚାୟତ ସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କେଉଁ ସ୍ଥାନରେ ପ୍ରତିଷ୍ଠା ହେବ? ତେବେ ବିଦ୍ୟାଳୟର ସ୍ଥାନ ନିର୍ବାଚନକୁ ନେଇ ମାନପୁର ଓ ଗର୍ଭଣା ଗ୍ରାମ ମଧ୍ୟରେ ମତଭେଦ ଦେଖାଦେଉଥିବା ସୂଚନା ମିଳିଛି । ଏପରିସ୍ଥିତିରେ ପ୍ରଶ୍ନ ଉଠୁଛି-ପଞ୍ଚାୟତର ମୁଖ୍ୟ କାର୍ଯ୍ୟାଳୟ ଯେଉଁଠି ରହିଛି, ସେହି ମୁଖ୍ୟାଳୟକୁ ପ୍ରାଥମିକତା ଦେବାର ସରକାରୀ ନିୟମ ଓ ନିଦ୍ଧେର୍ଶନାମା କ’ଣ କହୁଛି? ସ୍ଥାନୀୟ ମହଳର ମତାନୁସାରେ, ପଞ୍ଚାୟତ ମୁଖ୍ୟାଳୟର ଅବସ୍ଥିତ, ଜନସାଧାରଣଙ୍କ ସୁବିଧା, ଯାତାୟାତ ବ୍ୟବସ୍ଥା ଓ ସରକାରୀ ଗାଇଡ୍ ଳାଇନକୁ ଆଧାର କରି ନିଷ୍ପତ୍ତି ହେବା ଦରକାର । କେବଳ ଗ୍ରାମଭିତ୍ତିକ ଚାପ କିମ୍ବା ପ୍ରଭାବ ଆଧାରରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ର ସ୍ଥାନ ନିର୍ଦ୍ଧାରଣ ହେଲେ ତାହାକୁ ନେଇ ସ୍ବାବାଭିକ ଭାବେ ପ୍ରଶ୍ନ ଉଠିବା ।ଆଉ ଏକ ଚର୍ଚ୍ଚା ଏବେ ସାମ୍ନାକୁ ଆସୁଛି -ମାନପୁର ରେ ଜମି ଉପଲବ୍ଧ ନହେଲେ ଗର୍ଭଣାକୁ ସୁଯୋଗ ଦିଆଯିବ କି? ଯଦି ଏଭଳି ନିଷ୍ପତ୍ତି ନିଆଯାଏ, ତେବେ ତାହାର ଆଧାର କ’ଣ ହେବ? ସରକାରୀ ଗାଇଡ ଲାଇନ୍ , ପ୍ରଶାସନିକ ନିୟମ ନା ସ୍ଥାନୀୟ ଚାପ? ଏଠାରେ ପ୍ରଶାସନ ପାଇଁ ମଧ୍ୟ ଏକ ସ୍ପଷ୍ଟ ଚ୍ୟାଲେଞ୍ଜ-ନିଷ୍ପତ୍ତି ନିୟମ ଅନୁଯାୟୀ ହେବ ନା ପ୍ରଭାବଶାଳୀଙ୍କ ଇଚ୍ଛା ଅନୁଯାୟୀ? ଶିକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗାଁ- ଗାଁ ମଧ୍ୟରେ ବିବାଦ ସୃଷ୍ଟି ନକରି, ସରକାରୀ ମାନଦଣ୍ଡ , ଜମି ର ଉପଲବ୍ଧତା , ଛାତ୍ରଛାତ୍ରୀଙ୍କ ସୁବିଧା ଓ ପଞ୍ଚାୟତ ମୁଖ୍ୟାଳୟକୁ ବିଚାରକୁ ନେଇ ସ୍ବଚ୍ଛ ଓ ନିରପେକ୍ଷ ନିଷ୍ପତ୍ତି ନେବାକୁ ସ୍ଥାନୀୟ ମହଳରୁ ଦାବି ଉଠୁଛି । ବର୍ତ୍ତମାନ ସମସ୍ତ ନଜର ପ୍ରଶାସନ ଉପରେ -ଗାଇଡଲାଇନ୍ ଅନୁଯାୟୀ ହେବ କି ଚାପରେ ବଦଳିବ ନିଷ୍ପତ୍ତି? ଆଗାମୀ ଦିନରେ ଏହାର ଉତ୍ତର ମିଳିବ ।

 ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *