September 6, 2026
Home » ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ଙ୍କୁ ଭେଟିଲେ ବ୍ୟବସାୟୀ ସଂଘ

ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ଙ୍କୁ ଭେଟିଲେ ବ୍ୟବସାୟୀ ସଂଘ

0
WhatsApp Image 2026-09-06 at 4.46.53 PM

 

ପାର୍ବଣ ଋତୁରେ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ା କଡି କରିବା ପାଇଁ ଦାବୀ ….

ଧର୍ମଗଡ଼:ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଓ ପାର୍ବଣ ଋତୁରେ ଧର୍ମଗଡ ସହରରେ ସମ୍ଭ୍ୟାବ ଭିଡ଼କୁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡି କରିବା ପାଇଁ ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷରୁ ଦାବି କରାଯାଇଛି। ଏନେଇ ବ୍ୟବସାୟୀ ସଙ୍ଘର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧର୍ମଗତ ଉପଖଣ୍ଡ ପୋଲିସ୍ ଅଧିକାରୀ ଭର୍ଷିତା ଅଡେପୁ ଙ୍କୁ ଭେଟି ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗଣେଶ ପୂଜା ଓ ନୂଆଖାଇ ପାଇଁ ସହରରେ ଏବେ ଗହଳି ଲାଗି ରହିଛି।

 

ଆଗକୁ ଦଶହରା ମଧ୍ୟ ଅଛି ତେଣୁ ସହରର ମୁଖ୍ୟ ଛକ ମାନଙ୍କ ରେ ପୋଲିସ ପହରା ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ଓ ଯାନବାହାନ ଚୋରି ଓ ପକେଟ ମାର୍ ଭଳି ଘଟଣାକୁ ରୋକିବା ଭଳି ପଦକ୍ଷେପ ନେବା, ମୁଖ୍ୟ ଛକ ମାନଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ କୁ ଆଧାର କରି ଅସାମାଜିକ କାର୍ଯ୍ୟ କଳାପ ଉପରେ ଦୃଷ୍ଟି ରଖିବା, ସହର ମଧ୍ୟରେ ଅସ୍ଥାୟୀ ଭାବେ ଦୋକାନ କରୁଥିବା ଓ ମଟର ସାଇକେଲ ରେ ବୁଲୁଥିବା ବୁଲା ବେପାରୀ ଙ୍କ ପରିଚୟ ଯାଞ୍ଚ କରି ସେମାନଙ୍କର ତଥ୍ୟ ରଖିବା, ଧର୍ମଗତର ପୁରୁଣା ଥାନା କୋଠାକୁ ଏକ ଟାଉନ ଥାନା ହେଉ କି ଫାଣ୍ଡି ରେ ପରିଣତ କରି ସେଠାରେ ଜଣେ ଅଧିକାରୀଙ୍କୁ ରଖି ସହର ଓ ବସ୍ତି ବାସିନ୍ଦା ଙ୍କ ଅଭିଯୋଗ ଗ୍ରହଣ କରିବାର ଦିଗରେ ପଦକ୍ଷେପ ନେବା, ପାର୍ବଣ ଋତୁରେ ଭାରି ଯାନ ଗୁଡିକକୁ ସହରରେ ପ୍ରବେଶ ଉପରେ ରୋକ ଲଗାଇବା ଓ ପୋଲିସ ପବ୍ଲିକ ବୈଠକ ନିୟମିତ ଭାବେ ଆୟୋଜନ ପାଇଁ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି।ଦାବୀପତ୍ର ପ୍ରଦାନ ସମୟରେ ବ୍ୟବସାୟୀ ସଙ୍ଘର ସଂପାଦକ ଅରୁଣ କୁମାର ତାୟଲ,ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ,ବୈଦ୍ୟନାଥ ବେହେରା,ଶ୍ରବଣ କୁମାର ଅଗ୍ରୱାଲ, ସରୋଜ କୁମାର ସାହୁ,ହରେଶ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ…..

Leave a Reply

Your email address will not be published. Required fields are marked *