ରାୟଗଡ଼ା ଗାୟତ୍ରୀ ମନ୍ଦିର ଠାରେ ଜିଲ୍ଲା ସ୍ତରିୟ ନାରୀ ଜାଗରଣ ଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼ା ଗାୟତ୍ରୀ ମନ୍ଦିର ପରିସରରେ ଏକ ଜିଲ୍ଲାସ୍ତରୀୟ ଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରବିବାର ସକାଳେ ୦୮.୩୦ ରୁ ୦୯.୩୦ ପର୍ଯ୍ୟନ୍ତ ସାମୁହିକ ଜପ ହୋଇଥିଲା। ତତ୍ ପରେ ୧୦ ଘଣ୍ଟିକ ସମୟରେ ବ୍ଳକ ସ୍ତରିୟ ନାରୀ ଜାଗରଣ ଗୋଷ୍ଠୀ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାରୀ ଜାଗରଣ ପ୍ରମୁଖ ଶ୍ରୀମତୀ ଉର୍ମିଳା ମିଶ୍ର,ସଂଘମିତ୍ରା ଦିଦି (ଅନୁଗୁଳ) ନାରୀ ଜାଗରଣ ଉପରେ ଉଦବୋଧନ ରଖିଥିଲେ।


ଆଜିକାର କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ, ସ୍ଥାନୀୟ ବାସିନ୍ଦା ଏବଂ ସଦସ୍ୟମାନେ ଯୋଗ ଦେଇଥିଲେ। ଏହି ବୈଠକରେ ସମାଜ କଲ୍ୟାଣରେ ନାରୀର ଅଗ୍ରଗତି ଏବଂ ଭବିଷ୍ୟତ ପିଢ଼ିର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗ୍ରାମ ଏବଂ ପଛୁଆ ଅଞ୍ଚଳ ପାଇଁ ବିକାଶ ଯୋଜନା, ସାମାଜିକ ସଂସ୍କାର ଏବଂ ନିଶା ନିବାରଣ ପ୍ରମୁଖ ଆଲୋଚନା ଥିଲା। ଏହି କାର୍ଯ୍ୟକ୍ରମ ୦୨ ଘଣ୍ଟିକ ସମୟରେ ଶେଷ ହୋଇଥିଲା। ପରିଶେଷରେ ମନ୍ଦିର ଅଧିକାରୀ ଏବଂ ଆୟୋଜକମାନେ ସମସ୍ତ ଅତିଥି ଏବଂ ଭକ୍ତଙ୍କୁ ପ୍ରସାଦ ସେବନ କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
