July 5, 2025
Home » ବଳାସିଙ୍ଗା ମହୁଲମୂଳ ମହିମା ଆଶ୍ରମରେ ଧ୍ୱନୀ ମନ୍ଦିର ପ୍ରତିଷ୍ଠା ସହିତ ବିଶ୍ୱ ଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ବଳାସିଙ୍ଗା ମହୁଲମୂଳ ମହିମା ଆଶ୍ରମରେ ଧ୍ୱନୀ ମନ୍ଦିର ପ୍ରତିଷ୍ଠା ସହିତ ବିଶ୍ୱ ଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

0
WhatsApp Image 2024-10-27 at 4.50.27 PM (1)

ବୌଦ୍ଧ –ବୌଦ୍ଧ ଜିଲ୍ଲା ବଢ଼ିଗାଁ ପଂଚାୟତ ଐତିହାସିକ ମହିମା ଧର୍ମର ଜ୍ଞାନପୀଠ ବଳାସିଙ୍ଗା ମହୁଲ ମୂଳ ଠାରେ ନବନିର୍ମିତ ଧ୍ୱନୀ ମନ୍ଦିର ପ୍ରତିଷ୍ଠା ଅବସରରେ ଆସନ୍ତା ମାର୍ଚ୍ଚ 6 ତାରିଖ ଠାରୁ 14 ତାରିଖ ଠାରୁ ନବଦିନ ବ୍ୟାପି ବିଶ୍ୱ ଶାନ୍ତି ବ୍ରହ୍ମଯଜ୍ଞ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ମହିମା ଆଶ୍ରମର ବାବା କୁଳଧର ଦାସ ପ୍ରଦୀପ ପ୍ରଜ୍ୱଳନ କଲାପରେ ମହିମା ବିକାଶ ପରିଷଦ ସଭାପତି ବିଭୁତି ଭୂଷଣ ପ୍ରଧାନ ସଭାପତିତ୍ୱ କରିଥିଲେ l ବାବା କୃଷ୍ଣ ଚନ୍ଦ୍ର ଦାସ ବୈଠକକୁ ପରିଚାଳନା କରିଥିଲେ ଓ ବାବା ଯଶୋବନ୍ତ ଦାସ ମଞ୍ଚାସିନ ଥିଲେ l ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ବାସୁଦେବ ପାତ୍ର ଯୋଗଦେଇ ମହିମା ଧର୍ମ ଐତିହ୍ୟ ପରମ୍ପରା, ସଂକୃତି, ସାହିତ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ବିଭିନ୍ନ କମିଟି ଗଠନ କରାଯାଇଥିଲା l ଯଜ୍ଞ ପରିଚାଳନା କମିଟି ସଭାପତି ଋଷ୍ୟଶୃଙ୍ଗ ସାହୁ, କାର୍ଯ୍ୟକାରୀ ସଭାପତି ବିଭୁତି ଭୂଷଣ ପ୍ରଧାନ, ଉପ ସଭାପତି ବାବୁଲା ପ୍ରଧାନ, ଅତ୍ରୀ ପ୍ରଧାନ, ସମ୍ପାଦକ ଦିଲୀପ ପ୍ରଧାନ, ଯୁଗ୍ମ ସମ୍ପାଦକ ସୌମିତ୍ରୀ ମହାକୁଡ଼, କୋଷାଧକ୍ଷ ରାଜୁ କିଶୋର ସାହୁ,ଯୁଗ୍ମ କୋଷାଧକ୍ଷ ପ୍ରମୋଦ କଳତା, ପୁର୍ଣଚନ୍ଦ୍ର ଭୋକ୍ତା, ଶୁଶାନ୍ତ ମହାକୁଡ଼,ଉପଦେଷ୍ଟା ମଣ୍ଡଳୀ ମୁଖ୍ୟ ପ୍ରାକ୍ତନ ପ୍ରାଧ୍ୟାପକ ବାସୁଦେବ ପାତ୍ର ସଦସ୍ୟ ଭାବେ ସଦାନନ୍ଦ ପ୍ରଧାନ, ପାରେଶ୍ୱର ଧଳ, ଶମ୍ଭୁ ଗିରି, କୃତ୍ତିବାସ ପଲିଆ, ବିଶିକେଶନ ପ୍ରଧାନ, ନନ୍ଦିକିଶୋର କଳତା ଓ ସ୍ୱାଧୀନ କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା l ଭଣ୍ଡାର ରକ୍ଷକ ଭାବେ ରମାକାନ୍ତ ପ୍ରଧାନ, ମନୋରଞ୍ଜନ ମହାକୁଡ଼, ସଞ୍ଜୟ ମହାକୁଡ଼, କେଦାର ଡାଙ୍ଗ, ବୈଶାଖୁ ଭୋକ୍ତା, ପ୍ରଶାନ୍ତ ମହାକୁଡ଼, ଭଜମନ ପ୍ରଧାନ, ଶୁକଦେବ ଭୋକ୍ତା ଓ କୃଷ୍ଣ ଚନ୍ଦ୍ର ମହାକୁଡ଼ଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଥିଲା l ଏହି ଅବସରରେ ଏକ ସ୍ମରଣିକା ପୁସ୍ତକ ପ୍ରକାଶନ,ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା l ଶେଷରେ ସାମାଜିକକର୍ମୀ ସ୍ବାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *