September 17, 2026
Home » ଇଫକୋ ଅଧ୍ୟକ୍ଷ ଦିଲ୍ଲୀପ ସଂଘାନୀ ଆସିଏ ଗ୍ଲୋବାଲ୍ ବୋର୍ଡ ନିର୍ଦ୍ଦେଶକ ଭାବେ ନିର୍ବାଚିତ

ଇଫକୋ ଅଧ୍ୟକ୍ଷ ଦିଲ୍ଲୀପ ସଂଘାନୀ ଆସିଏ ଗ୍ଲୋବାଲ୍ ବୋର୍ଡ ନିର୍ଦ୍ଦେଶକ ଭାବେ ନିର୍ବାଚିତ

0
WhatsApp Image 2026-09-17 at 1.38.19 PM

ପାରାଦୀପ, : ବିଶ୍ୱର ସର୍ବବୃହତ ସମବାୟଭିତିକ ସାରକାରଖାନା ଇଫକୋର ଅଧ୍ୟକ୍ଷ ଦିଲ୍ଲୀପ ସଂଘାନୀ ଆର୍ନ୍ତଜାତୀୟ ସମବାୟ ଆନ୍ଦୋଳନ ବୋର୍ଡ(ଆସିଏ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି । ପାନାମାଠାରେ ଅନୁଷ୍ଠିତ ଆସିଏ ବୋର୍ଡ ବୈଠକରେ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନରେ ଇଫକୋର ଅବଦାନ, ସଫଳତାକୁ ଭିତି କରି ଶ୍ରୀ ସଂଘାନୀ ଗ୍ଲୋବାଲ୍ ବୋର୍ଡ ଅଫ ଡାଇରେକ୍ଟରସ୍‌ରେ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀ ସଂଘାନୀ ନିର୍ବଚିତ ହେବା ଘୋଷଣା ହେବା ପରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ସରକାରୀ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ନିଜକୁ ଗୌରବାନ୍ୱିତ ମନେ କରି ବନ୍ଦେ ମାତରମ୍‌, ଭାରତୀ ମାତା କି ଜୟ ନାରା ଦେଇ ଖୁସି ମନାଇଥିଲେ । ପାନାମା ସହରରେ ଅନୁଷ୍ଠିତ ଏହି ମହାସଭାରେ ଶ୍ରୀ ସଂଘାନୀଙ୍କ ବିଜୟ ଭାରତରେ ସମବାୟ ଆନ୍ଦୋଳନ ପାଇଁ ଗର୍ବ ଓ ଗୌରବର ମୂହୂର୍ତ । ଶ୍ରୀ ସଂଘାନୀ ଦୀର୍ଘ ଦିନ ଧରି ସମବାୟ ଆନ୍ଦୋଳନ ସହିତ ଜଡିତ ହୋଇ ରହିବା ସହିତ ଗ୍ରାମୀଣ ଅର୍ଥନୀତିର ବିକାଶରେ ସହାୟକ ହୋଇଛନ୍ତି । ଆସିଏରେ ବିଶ୍ୱର ବିଭିନ୍ନ ଦେଶ ସମୁହ ପ୍ରତିନିଧିତ୍ୱ କରୁଛନ୍ତି । ଶ୍ରୀ ସଂଘାନୀଙ୍କ ବିଜୟ ବିଶ୍ୱ ମଂଚରେ ଭାରତର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛି ।

Leave a Reply

Your email address will not be published. Required fields are marked *